ହୃଦଘାତର ଶିକାର ହେଲେ ଋଷ ରାଷ୍ଟ୍ରପତି ପୁଟିନ
ମସ୍କୋ(ସଂକେତ ଟିଭି): ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ହୃଦଘାତର ଶିକାର ହୋଇଥିବା ଜଣାପଡିଛି । ହୃଦଘାତର ଶିକାର ହେବା ପରେ ସେ ଘର ଚଟାଣରେ ଚେତାଶୂନ୍ୟ ପଡିଯାଇଥିଲେ । ବର୍ତ୍ତମାନ ତାଙ୍କ ଚିକିତ୍ସା ଜାରି ରହିଛି । ଏକ ଡାକ୍ତରୀ ଟିମ ଋଷ ରାଷ୍ଟ୍ରପତିଙ୍କ ଚିକିତ୍ସା କରୁଛନ୍ତି ।
ସେପଟେ ଗଣମାଧ୍ୟମ ରିପୋର୍ଟରେ ପୁଟିନ୍ ଆଇସିୟୁରେ ଥିବା ନେଇ କୁହାଯାଉଥିବା ବେଳେ ଏବେ ଏହାକୁ ଅସ୍ବୀକାର କରିଛି କ୍ରେମଲିନ୍। ଏହା ସହ ରାଷ୍ଟ୍ରପତି ପୁଟିନ୍ ସମ୍ପୂର୍ଣ୍ଣ ସୁସ୍ଥ ଓ ଫିଟ୍ ଥିବା ସ୍ପଷ୍ଟ କରିଛି।
ଗଣମାଧ୍ୟମ ସୂଚନା ଅନୁସାରେ, ପୁଟିନଙ୍କ ବାସଭବନରେ ଥିବା ସିକ୍ୟୁରିଟି ଗାର୍ଡ ପ୍ରଥମେ ତାଙ୍କୁ ଚଟାଣରେ ପଡିଥିବା ଦେଖିବାକୁ ପାଇଥିଲେ। ମସ୍କୋ ସମୟ ଅନୁଯାୟୀ ରାତି 9ଟା 5 ମିନିଟ ସମୟରେ ପୁଟିନଙ୍କ ରୁମରୁ ପ୍ରଚଣ୍ଡ ଶବ୍ଦ ଶୁଭିଥିଲା। ଏହାପରେ ରାଷ୍ଟ୍ରପତିଙ୍କ ବାସଭବନରେ ନିଯୋଜିତ ଥିବା ସୁରକ୍ଷାକର୍ମୀ ମାନେ ତାଙ୍କ କୋଠରୀରେ ପହଞ୍ଚିଥିଲେ। ସେମାନେ ଦେଖିବାକୁ ପାଇଥିଲେ ପୁଟିନ ଘରର ଚଟାଣରେ ପଡିରହିଥିଲେ। ତାଙ୍କ ପାଖରେ ଖାଦ୍ୟ ମଧ୍ୟ ପଡିଥିବା ଦେଖିବାକୁ ମିଳିଥିଲା। ଏହାପରେ ଡାକ୍ତରୀ ଟିମକୁ ଖବର ଦେବା ପରେ ଚିକିତ୍ସା ଜାରି ରହିଛି। ବର୍ତ୍ତମାନ ପୁଟିନଙ୍କ ଚେତା ଫେରିଥିବା ବେଳେ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ବିଶେଷ ସୁତ୍ରରୁ ସୂଚନା ମିଳିଛି। ପ୍ରଥମେ ଏହି ଖବର ଏକ ଟେଲିଗ୍ରାମ ଗ୍ରୁପ୍ ଜେନେରାଲ୍ SVRଙ୍କ ଦ୍ୱାରା ସେୟାର କରାଯାଇଥିଲା।