ମୋବାଇଲ ଫୋନକୁ ଆସୁଛି ଏମରଜେନ୍ସି ଆଲର୍ଟ, ଲୋକେ ଆତଙ୍କିତ
ନୂଆଦିଲ୍ଲୀ (ସଂକେତ ଟିଭି): ମୋବାଇଲକୁ ଆସିଲା ଏମରଜେନ୍ସି ଆଲର୍ଟ। ଆଜି ଉଭୟ ଓଡ଼ିଆ ଓ ଇଂରାଜି ଭାଷାରେ ଏଭଳି ମେସେଜ୍ ଆସୁଛି । ମୋବାଇଲରେ ଜରୁରୀକାଳୀନ ସୂଚନା ଦେବା ଭଳି ଏକ ମେସେଜ୍ ଆସୁଛି। ତେବେ ଏହି ମେସେଜ୍ ଦେଖି ଅନେକ ଆଶଙ୍କାରେ ପଡ଼ିଛନ୍ତି। ଏହି ମେସେଜ୍ କିଏ ଓ କାହିଁକି ଦେଉଛି, ଏହା ପଛର ଉଦ୍ଦେଶ୍ୟ କ’ଣ ସେ ନେଇ ଚିନ୍ତାରେ ପଡ଼ୁଛନ୍ତି।
ସୂଚନା ଅନୁସାରେ, ଭାରତ ସରକାର ୨୦ ଜୁଲାଇରେ, ପ୍ରଥମ ଥର ପାଇଁ ଏମରଜେନ୍ସି ଆଲର୍ଟ ସିଷ୍ଟମ ବିଷୟରେ ସୂଚନା ପ୍ରଦାନ କରିଥିଲେ, ଯେଉଁଥିରେ ଦେଶ ଦ୍ୱାରା ଏହା କହିଥିଲେ ଯେ ଦେଶରେ ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଜରୁରୀକାଳୀନ ପରିସ୍ଥିତି ସହିତ ମୁକାବିଲା କରାଯିବା ପାଇଁ ଏମରଜେନ୍ସି ନୋଟିଫିକେସନ ସିଷ୍ଟମର ଟେଷ୍ଟିଂ କରାଯିବ । ଏହି ସିଷ୍ଟମ ମାଧ୍ୟମରେ, ସରକାର ସମଗ୍ର ଦେଶରେ କୌଣସି ବି ସୂଚନା ଏକଥରେ ସମସ୍ତଙ୍କୁ ପଠାଇ ପାରିବେ । ଅଗଷ୍ଟରେ ପ୍ରଥମ ଥର ପାଇଁ ଏଭଳି ପରୀକ୍ଷା କରାଯାଇଥିଲା। ଏବେ ସୁଦ୍ଧା ୬ଥର ଏମିତି ପରୀକ୍ଷା କରାଯାଇଛି।
ଏମରଜେନ୍ସି ଆଲର୍ଟ ସିଷ୍ଟମରେ, ଆପଣ ନିଜ ମୋବାଇଲରେ ଏକ ଅଜବ ସ୍ୱର ସହିତ ସେହି ଜରୁରୀକାଳୀନ ପରିସ୍ଥିତିରେ ସୂଚନା ପାଇବେ । ଏହି ଆଲର୍ଟ ସିଷ୍ଟମ ସରକାର ଏବଂ ଟେଲି ଯୋଗାଯୋଗ ବିଭାଗକୁ ଏକତ୍ର ପ୍ରସ୍ତୁତ କରାଯାଇଛି । ଯେଉଁ ମୋବାଇଲ୍ ଉପଭୋକ୍ତାମାନେ ଆସୁଥିବା ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଜରୁରୀକାଳୀନ ପରିସ୍ଥିତି ବିଷୟରେ ଅବଗତ ହୋଇପାରିବେ । ଏମରଜେନ୍ସି ଆଲର୍ଟ ମାଧ୍ୟମରେ ଲୋକମାନେ ଜରୁରୀକାଳୀନ ପରିସ୍ଥିତି ବିଷୟରେ ଚେତାବନୀ ପାଇ ନିଜକୁ ସତର୍କ କରିପାରିବେ ।