ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ପୁଅକୁ ଇଡିର ସମନ
ନୂଆଦିଲ୍ଲୀ (ସଂକେତ ଟିଭି): ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ପୁଅ ବୈଭବ ଗେହଲୋଟଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ସମନ ଜାରି କରିଛି । ଏହି ପ୍ରଶ୍ନର ଉତ୍ତରରେ ଅଶୋକ ଗେହଲୋଟ୍ କହିଛନ୍ତି, ରାଜସ୍ଥାନରେ ବିକାଶମୂଳକ କାର୍ଯ୍ୟ ହୋଇପାରିବ ନାହିଁ କାରଣ ଇଡି ପ୍ରତିଦିନ ସମନ ପଠାଉଛନ୍ତି।
ସୂଚନାଯୋଗ୍ୟ, ଫରେନ୍ ଏକ୍ସଚେଞ୍ଜ ଉଲ୍ଲଂଘନ ମାମଲାରେ ଇଡ଼ି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲୋଟଙ୍କୁ ସମନ ଜାରି କରିଛି । ଅକ୍ଟୋବର ୨୭ ତାରଖ ଦିନ ହାଜର ହେବା ପାଇଁ ଫରେନ୍ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟର ୧୯୯୯ ନିୟମ ଅନୁଯାୟୀ ବୈଭବ ଗେହଲୋଟଙ୍କୁ ସମନ କରାଯାଇଥିବା ଅଧିକାରୀ ସୂଚନା ଦେଇଛନ୍ତି ।
ସେପଟେ ପ୍ରଶ୍ନପତ୍ର ଲିକ୍ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଇଡ଼ି ରାଜସ୍ଥାନର ପୂର୍ବତନ ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂହ ଡୋଟାସରା ଓ କଂଗ୍ରେସ ବିଧାୟକ ଓମ୍ ପ୍ରକାଶ ହୁଡ୍ଲାଙ୍କ ୧୧ଟି ପ୍ରତିଷ୍ଠାନରେ ଚଢ଼ଉ ସହ ତଲାସ କରୁଥିବା ଜଣାପଡିଛି ।