ଘର ଉପରେ ମାଡ଼ିଗଲା ଡମ୍ପର
ବାଲେଶ୍ବର (ସଂକେତ ଟିଭି): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଡାଲଙ୍ଗ ଗାଁରେ ଦୁଇଟି ଘର ଉପରେ ମାଡ଼ିଗଲା ଡମ୍ପର । ଏଥିରେ ଦୁଇ ପରିବାରର ୧୦ ସଦସ୍ୟ ଅଳ୍ପକେ ବର୍ତ୍ତିଛନ୍ତି ।
ସୂଚନା ଅନୁସାରେ, ସୋର ଅଭିମୁଖେ ଡମ୍ପର ଟି ଆସୁଥିବା ସମୟରେ ଡାଲଙ୍ଗ ଗ୍ରାମରେ ବିଳମ୍ୱିତ ରାତିରେ ଦୁଇଟି ଘର ଉପରେ ମାଡ଼ିଯାଇଥିଲା । ଏଥିରେ ଗିରିଧାରୀ ସାହୁ ଓ ଅଶୋକ କୁମାର ସାହୁ ଓ ଅଭିମନ୍ୟୁ ପଣ୍ଡାଙ୍କର ବାଡ଼ ଓ ଗେଟ୍ ଦୁଇଟି ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି । ହେଲେ ସୌଭାଗ୍ୟ ବଶତଃ ଦୁଇ ପରିବାରର ସଦସ୍ୟ ଅଳ୍ପକେ ବର୍ତ୍ତିଯାଇଥିଲେ । ଦୁଇଟି ଘରର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରୁ ଡ୍ରାଇଭର ଗାଡ଼ି ଛାଡି ଫେରାର ହୋଇଯାଇଥିଲେ ।