LatestNews

୨୦୨୪ ନିର୍ବାଚନ ପୂର୍ବରୁ ଶେଷ ଥର ଲାଗି ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ଆଜିଠାରୁ (ଅକ୍ଟୋବର ୨୭ଠାରୁ) ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି। ନୂତନ ଭୋଟର ଆଇଡି ଏବଂ ସଂଶୋଧନ ପାଇଁ ଆସନ୍ତ ଡିସେମ୍ବର ୯ ତାରିଖ ଯାଏ ଆବେଦନ କରିପାରିବେ। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ସୂଚନା ଦେଇଛନ୍ତି।

ଯେଉଁ ଯୁବତୀ ଯୁବକ ମାନଙ୍କର ଜାନୁଆରୀ ୨୦୨୪ ସୁଦ୍ଧା ବୟସ ୧୮ ହୋଇଯାଇଥିବ ସେମାନେ ଆବେଦନ କରିପାରିବେ। ଯେଉଁମାନଙ୍କର ଆଇଡ଼ିରେ ତ୍ରୁଟି ରହିଥିବା ସେମାନେ ମଧ୍ୟ ଆବେଦନ କରିପରବେ। ଆବେଦନ ଉଭୟ ଅନଲାଇନ ଏବଂ ଅଫଲାଇନରେ ହେବ। ଲୋକମାନେ ଅଧିକ ସୂଚନା ପାଇଁ ଟୋଲ ଫି ନମ୍ବର ୧୯୫୦ କୁ ଯୋଗାଯୋଗ କରିପାରିବେ। ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ଅନଲାଇନ୍ ଓ ଅଫଲାଇନ୍‌ରେ ଆବେଦନର ବ୍ୟବସ୍ଥା ହୋଇଛି । ଫର୍ମ -୬ରେ ନୂଆ ଆବେଦନ, ଫର୍ମ ୭ରେ ନାମ ଯୋଗ ଓ ବିଯୋଗ କରିହେବ । ସେହିପରି ଫର୍ମ- ୮ରେ ତ୍ରୁଟି ସଂଶୋଧନ ହୋଇପାରିବ ।

ରାଜ୍ୟରେ ଗତ ବର୍ଷ ଅପେକ୍ଷା ଚଳିତ ଭୋଟର ସଂଖ୍ୟା ବର୍ଷ ବଢ଼ିଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ ଗତବର୍ଷ ୩ କୋଟି ୨୩ ଲକ୍ଷ ୫୨ ହଜାର ୧୧୯ ଭୋଟର ଥିବା ବେଳେ ଚଳିତ ବର୍ଷ ଭୋଟର ସଂଖ୍ୟା’୩ କୋଟି ୨୬ ଲକ୍ଷ ୫୫ ହଜାର ୨୧୩ ରହିଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

ତେବେ ୨୦୨୪ ନିର୍ବାଚନ ପୂର୍ବରୁ ଭୋଟର ଆଇଡି ସଂଶୋଧନ କରିବାର ଏହା ଶେଷ ସୁଯୋଗ ବୋଲି କୁହାଯାଉଛି ।