ରାଜସ୍ଥାନ ଏବଂ ଛତିଶଗଡରେ ଯେତିକି କୁକୁର ବୁଲୁନାହାନ୍ତି ତାଠୁ ଅଧିକ ବୁଲୁଛନ୍ତି ସିବିଆଇ-ଇଡି ଅଧିକାରୀ
ନୂଆଦିଲ୍ଲୀ (ସଂକେତ ଟିଭି): ରାଜସ୍ଥାନ ଏବଂ ଛତିଶଗଡରେ ବର୍ତ୍ତମାନ ଯେତିକି କୁକୁର-ବିଳେଇ ବୁଲୁନାହାନ୍ତି ଯେତିକି ସିବିଆଇ-ଇଡି ଅଧିକାରୀ ବୁଲୁଛନ୍ତି। ଏଭଳି ବିବୃତ୍ତି ଦେଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ।
ମୁଙ୍ଗେଲିରେ ନାମାଙ୍କନ ରାଲିରେ ଭୁପେଶ ବଘେ କହିଛନ୍ତି ଯେ ଛତିଶଗଡରେ ଚଢାଉ କରି ଅନୁସନ୍ଧାନକାରୀ ସଂସ୍ଥା ଥକି ଯାଇଛନ୍ତି। କୋରବା, ବିଲାସପୁର, ଭିଲାଇ, ଦୁର୍ଗ ଏବଂ ରାୟପୁରରେ ଗୋଟିଏ ବି ରାସ୍ତା କିମ୍ବା ସ୍ଥାନ ବାକି ନାହିଁ ଯେଉଁଠାରେ ଏହି ଲୋକମାନେ ଚଢାଉ କରିନଥିଲେ। କିନ୍ତୁ ନା ନେତା, ନା ବ୍ୟବସାୟୀ, ନା କଂଗ୍ରେସ କର୍ମୀ କେଉଁଠୁ କିଛି ପାଇଲ ନାହିଁ। କୁକୁର ଏବଂ ବିଲେଇଙ୍କ ଅପେକ୍ଷା ରାସ୍ତାରେ ଅଧିକ ଇଡି ଏବଂ ସିବିଆଇ ଅଧିକାରୀ ବୁଲୁଛନ୍ତି। ନିର୍ବାଚନ ପୂର୍ବରୁ ଇଡି ଦ୍ରୁତ ଗତିରେ ଚଢାଉ କରୁଛି। ଆଉ ସିବିଆଇ ବହୁ ପୁରୁଣା ମାମଲାର କିଛି ଲିଙ୍କ୍ ଖୋଜି ଏବେ ନୋଟିସ୍ କରୁଛି।
ଗତକାଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲଟ୍ ମଧ୍ୟ ମୋଦୀ ସରକାରଙ୍କୁ ନିଶାଣ କରି ଏହି ଦଳ ସାରା ଦେଶରେ କେନ୍ଦ୍ରୀୟ ଏଜେନ୍ସିମାନଙ୍କ ସହାୟତାରେ ଆତଙ୍କ ଖେଳାଇଛି ବୋଲି କହିଥିଲେ। ସେ କହିଥିଲେ ଯେ, ଯେଉଁଠି ନିର୍ବାଚନ ହେବାକୁ ଯାଉଛି ସେଠାରେ ଇଡି କିମ୍ବା ସିବିଆଇ ହାଜର ହୋଇଯାଉଛନ୍ତି। ଏହିକ୍ରମରେ ତଥ୍ୟ ରଖି ସେ କହିଛନ୍ତି ଯେ, ୟୁପିଏ ସରକାର ସମୟରେ ୧୦ ବର୍ଷ ମଧ୍ୟରେ ଇଡି ବିଭିନ୍ନ ଘଟଣାକୁ ନେଇ ୧୧୨ଟି ସ୍ଥାନରେ ରେଡ୍ କରିଥିଲା। ସେଥିମଧ୍ୟରୁ ୧୦୪ଟି ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା। କିନ୍ତୁ ୨୦୧୪ରେ ବିଜେପି କେନ୍ଦ୍ରରେ ସରକାର ଗଠନ କରିବା ପରେ ଏବେ ସୁଦ୍ଧା ଇଡି ୩୦୧୦ ରେଡ୍ କରିଛି। ଯେଉଁଥିରୁ ମାତ୍ର ୮୮୧ଟି ମାମଲରେ ଚାର୍ଜସିଟ୍ ଦାଖଲ କରାଯାଇଛି। ଏଥିରୁ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ କ’ଣ ରହିଛି ତାହା ସ୍ପଷ୍ଟ ହୋଇଛି ବୋଲି ଗେହଲଟ୍ କହିଥିଲେ।