FeaturedLatestNews

ନିଜ ବନ୍ଧୁକରୁ ଗୁଳି ଚଳାଇ ଆତ୍ମହତ୍ୟା କଲେ ସିଆରପିଏଫ୍ ଯବାନ

ନୂଆପଡ଼ା (ସଂକେତ ଟିଭି): ନିଜ ବନ୍ଧୁକରୁ ଗୁଳି ଚଳାଇ ଆତ୍ମହତ୍ୟା କଲେ ସିଆରପିଏଫ୍ ଯବାନ । ଏଭଳି ଘଟଣା ଘଟିଛି ନୂଆପଡା ଜିଲ୍ଲା ବୋଡେ଼ନ ଥାନା ଖଡୁପାଣି ସିଆରପିଏଫ୍ କ୍ୟାମ୍ପରେ। ଆତ୍ମହତ୍ୟା କରିଥିବା ସିଆରପିଏଫ୍ ଯବାନ ଜଣକ ହେଲେ ଡି. ଗୁନ୍ନାସେକରନ। ସେ ସିଆରପିଏଫ ୧୯ ନମ୍ବର ବାଟାଲିୟନର ସବ୍ ଇନ୍ସପେକ୍ଟର ଥିଲେ । ନିଜ AK-47 ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଯବାନ ଡି. ଗୁନ୍ନାସେକରନଙ୍କ ଘର ତାମିଲନାଡୁ ନିଲୁର ଜିଲ୍ଲା ଗୁଡ଼ିପଲ୍ଲିରେ ବୋଲି ଜଣାପଡ଼ିଛି।