ବିପର୍ଯ୍ୟୟ ମୁକାବିଲା ପାଇଁ ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର
ଭୁବନେଶ୍ବର (ସଂକେତ ଟିଭି): ବିପର୍ଯ୍ଯୟ ମୁକାବିଲା ପାଇଁ ଓଡିଶା ସରକାର ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ । ରବିବାର ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଏହି ପଦକ୍ଷେପ ସ୍ୱରୂପ ବିପର୍ଯ୍ୟୟ ମୁକାବିଲା ପାଇଁ ସବୁ ଗାଁକୁ ପ୍ରସ୍ତୁତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଯୋଜନାରେ‘ପ୍ରତି ଘରୁ ବିପର୍ଯ୍ୟୟ ମୁକାବିଲା ପାଇଁ ଯୋଦ୍ଧା ପ୍ରସ୍ତୁତ କରିବେ। ରାଜ୍ୟର ‘ସବୁ ଗାଁରୁ ୧୦ ଜଣଙ୍କୁ ରେଡକ୍ରସ ପକ୍ଷରୁ ଟ୍ରେନିଂ ଦିଆଯିବ’। ଏହା ବ୍ୟତୀତ ‘ସରକାରୀ ଅଧିକାରୀ ମଧ୍ୟ ବିପର୍ଯ୍ୟୟ ମୁକାବିଲା ତାଲିମ୍ ନେବେ’। ସେହିପରି ‘ସବୁ ପଞ୍ଚାୟତରେ ଅଟୋମେଟେଡ୍ ୱେଦର ଓ ରେନ୍ ଗଜ୍ ଷ୍ଟେସନ’ ଲଗାଯିବ, ଯେଉଁଥିରେ ‘୩ ହଜାର ପଞ୍ଚାୟତ ପାଇଁ ବିଶ୍ୱ ବ୍ୟାଙ୍କ ଆର୍ଥିକ ସହାୟତା ଦେବ’ ବୋଲି ମୁଖ୍ଯମନ୍ତ୍ରୀ କହିଛନ୍ତି ।