ସ୍ୱାମୀର ଯୌନାଙ୍ଗ କାଟିଦେଲା ସ୍ତ୍ରୀ
ଅନୁଗୁଳ (ସଂକେତ ଟିଭି): ଝଗଡା ବେଳେ ସ୍ୱାମୀର ଯୌନାଙ୍ଗ କାଟିଦେଲା ସ୍ତ୍ରୀ । ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ଗାଁର ଦାଣ୍ଡିଆ ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ସ୍ୱାମୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ପରେ ସ୍ତ୍ରୀ ନାଁରେ ଥାନାରେ ଅଭିଯୋଗ କରିଛି ।
ସୂଚନା ଅନୁସାରେ, ଶନିବାର ରାତିରେ ଦାଣ୍ଡିଆ ସାହିର ପରମାନନ୍ଦ ମୁଦୁଲିଙ୍କ ସହ ସ୍ତ୍ରୀଙ୍କ ଝଗଡ଼ା ହୋଇଥିଲା । ଝଗଡା ବେଳେ ପରମାନନ୍ଦଙ୍କ ସ୍ତ୍ରୀ ଉତକ୍ଷୀପ୍ତ ହୋଇ ଧାରୁଆ ଅସ୍ତ୍ରରେ ପରମାନନ୍ଦଙ୍କ ଯୌନାଙ୍ଗ କାଟି ଦେଇଥିଲେ । ଜୀବନ ବିକଳରେ ଘରୁ ବାହାରି ଆସି ସ୍ଥାନୀୟ ଲୋକଙ୍କ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ନିମନ୍ତେ ଭର୍ତି ହୋଇଛନ୍ତି । ଏବେ ସେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।