CulturalFeaturedLatestNews

ହାପ ପ୍ୟାଣ୍ଟ ପିନ୍ଧି ଜଗନ୍ନାଥ ଦର୍ଶନ ପାଇଁ ଆସିଥିବା ଶ୍ରଦ୍ଧାଳୁଙ୍କୁ ଧୋତି ପିନ୍ଧାଇଲେ ସେବାୟତ

ପୁରୀ (ସଂକେତ ଟିଭି): ହାପ ପ୍ୟାଣ୍ଟ ପିନ୍ଧି ପୁରୀ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିର ଯାଉଥିବାବେଳେ ଶ୍ରଦ୍ଧାଳୁଙ୍କୁ ଅଟକାଇଲେ ସେବାୟତ । ଶ୍ରୀମନ୍ଦିରକୁ ଯିବାବେଳେ ଶୃଙ୍ଖଳିତ ପୋଷାକ ପରିଧାନ ଉପରେ ସଚେତନ କରିବା ସହ ଧୋତି ପିନ୍ଧାଇ ମନ୍ଦିର ଭିତରକୁ ଛାଡିଲେ ।

ସୂଚନା ଅନୁସାରେ, ରବିବାର କିଛି ଭକ୍ତ ହାପ୍ ପ୍ୟାଣ୍ଟ ପିନ୍ଧି ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସିଥିବା ବେଳେ ଶ୍ରୀମନ୍ଦିରର ସେବାୟତ ସେମାନଙ୍କୁ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ କରାଇଲେ। ଶ୍ରୀମନ୍ଦିର ଭିତରକୁ ଯିବା ପୂର୍ବରୁ ସମ୍ପୃକ୍ତ ଭକ୍ତଙ୍କୁ ଅକଟାଇବା ସହ ଧୋତି ପିନ୍ଧାଇ ମନ୍ଦିର ଭିତରକୁ ଛାଡିଥିଲେ । ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି ମହାପ୍ରଭୁଙ୍କ ପାଇଁ ଆସିବାକୁ ଶ୍ରଦ୍ଧାଳୁଙ୍କୁ ପରାମର୍ଶ ଦେଇଥିଲେ ସେବାୟତ । ନୂଆବର୍ଷ ପ୍ରଥମ ଦିନରୁ ଏହି ନିୟମ କଡାକଡି ହେବ ।