GeneralLatestNews

ଆନ୍ଧ୍ରପ୍ରଦେଶ ଟ୍ରେନ ଦୁର୍ଘଟଣା : ଟ୍ରାକ୍‌ ମରାମତି ସରିବା ପରେ ଗଡ଼ିଲା ଟ୍ରେନ୍‌

ଭୁବନେଶ୍ବର(ସଂକେତ ଟିଭି): ଆନ୍ଧ୍ରପ୍ରଦେଶର ବିଜୟନଗରମରେ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍‌କୁ ପଛ ପାର୍ଶ୍ୱରୁ ଧକ୍କା ଦେବା ଫଳରେ ରେଳଚଳାଚଳ ବ୍ୟାହତ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ ଟ୍ରାକ୍‌ ମରାମତି ସରିବା ପରେ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଛି। ବର୍ତ୍ତମାନ ଅପ ଲାଇନ ଓ ଡାଉନ ଲାଇନ ଫିଟ ହୋଇଯାଇଛି । ଟ୍ରାକ୍‌ ମରାମତି ପରେ ମାଲବାହୀ ଟ୍ରେନ ଡାଉନ ଲାଇନରେ ଏବଂ ତ ଅପରାହ୍ନ ୨ଟା ୩୬ ମିନିଟ୍‌ରେ ପାସେଞ୍ଜର ଟ୍ରେନ ଭାବେ ପ୍ରଶାନ୍ତି ଏକ୍ସପ୍ରେସ ଅପ ଲାଇନରେ ଯାଇଛି । ଅପ୍‌ ଲାଇନ୍‌ରେ ଟ୍ରାଏଲ୍‌ ରନ୍‌ ପରେ ଚାଲିଲା ଏକ୍ସପ୍ରେସ ଟ୍ରେନ୍‌। ଏକ୍ସପ୍ରେସ ଟ୍ରେନ ଚାଲିବା ନେଇ ରେଲୱେ ସୂଚନା ଦେଇଛି।

ଅନ୍ୟପଟେ ଯେଉଁ ଟ୍ରେନ ଗୁଡିକ ବାତିଲ କରାଯାଇଥିଲା ତାର ସିଡ୍ୟୁଲ ହୋଇଯାଇଛି ତେଣୁ ସେଥିରେ ଟ୍ରାକ ପରିବର୍ତ୍ତନ ହେବନାହିଁ । ଆଗକୁ ଯେଉଁ ଟ୍ରେନ ଗୁଡିକ ଚଳାଚଳ କରିବ ସେସବୁ ରେଗୁରାଲାଇଜ କରାଯିବ। ମିଡ଼ିଲ ଲାଇନ କିଭଳି ରିଷ୍ଟୋର ହୋଇପାରିବ ଏବଂ ସବୁ ଟ୍ରେନ ଚଳାଚଳ କରିପାରିବ ସେନେଇ ଚେଷ୍ଟା ଚାଲିଛି । ପାଖାପାଖି ୭୦୦-୮୦୦ ଲୋକ ସେଠାରେ ରହି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ୮ରୁ ୯ଟି ପୋରକ୍ଲେନ ମେସିନ ସହିତ ୧୪୦ ଟନ୍‌ର କ୍ରେନ ସାହାର୍ଯ୍ୟରେ ଟ୍ରେନ୍‌ ବଗି ଗୁଡିକୁ ଟ୍ରାକ୍‌ରୁ ହଟାଯାଇଛି। ଅପରାହ୍ଣ ଅପରାହ୍ନ ୨ଟା ୩୬ ୪ଟାରେ ଟ୍ରାକ୍‌ ମରାମତି କାମ ସରିବା ପରେ ପ୍ରଥମେ ଟ୍ରାଏଲ୍‌ ହୋଇଥିଲା। ଏହାପରେ ପ୍ରଥମେ ମାଲବାହୀ ଟ୍ରେନ୍‌ ପରେ ପ୍ରଶାନ୍ତି ଏକ୍ସପ୍ରେସ୍ ଗଡିଛି।

ରବିବାର ସନ୍ଧ୍ୟା ପ୍ରାୟ ୭ଟାରେ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍‌କୁ ପଛ ପାର୍ଶ୍ୱରୁ ଧକ୍କା ଦେଇଥିଲା ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର। ଦୁର୍ଘଟଣା ପରେ ପଲାସା ପାସେଞ୍ଜର କିଛି ବଗି ଅନ୍ୟ ଟ୍ରାକ୍‌ରେ ପଡ଼ିଥିଲେ। ସେହି ଟ୍ରାକ୍‌ରେ ଆସୁଥିବା ମାଲ୍‌ବାହୀ ଟ୍ରେନ୍‌ ପାଲାସା ପାସେଞ୍ଜ ବଗିକୁ ଧକ୍କା ଦେଇଥିଲେ। ଯେଉଁଥିରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆହତମାନଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି।