ବାଲେଶ୍ବର ଭିଜିଲାନ୍ସ ଏସପିଙ୍କ ନୂତନ କାର୍ଯ୍ୟାଳୟ ଉଦଘାଟିତ
ବାଲେଶ୍ବର (ସଂକେତ ଟିଭି): ବାଲେଶ୍ବର ଏସପି ଭିଜିଲାନ୍ସଙ୍କ ନୂତନ କାର୍ଯ୍ୟାଳୟ ଆଜି ଉଦଘାଟିତ ହୋଇଛି । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ ମାଧ୍ୟମରେ ବାଲେଶ୍ବର ସହରର ପଢୁଆଁପଦାଠାରେ ନିର୍ମାଣ ହୋଇଥିବା ଏହି କୋଠାର ଉଦଘାଟନ କରିଥିଲେ ।
ପୂର୍ବାହ୍ନ ୧୧ ଘଟିକାରେ ମୁଖ୍ୟମନ୍ତ୍ରୀ ସେଠାରେ ଉପସ୍ଥିତ ବରିଷ୍ଠ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀଙ୍କୁ ସମାଜ ପାଇଁ ଉଦ୍ଦିଷ୍ଟ ସାଧୁତାର ଶପଥ ପାଠ କରାଇଥିଲେ ଏବଂ ଦୁର୍ନୀତିର ମୂଳୋତ୍ପାଟନ ନିମନ୍ତେ ସରକାର, ନାଗରିକ ତଥା ଘରୋଇ କ୍ଷେତ୍ର ଏକତ୍ର ହୋଇ କାର୍ଯ୍ୟ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ଉପଦେଶ ଦେଇଥିଲେ ।
ଏହି ସଭାରେ ପୂର୍ବାଞ୍ଚଳ ଆଇଜି ହିମାଂଶୁ କୁମାର ଲାଲ , ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ବାଲେଶ୍ୱର ଏସପି ସାଗରିକା ନାଥ, ବାଲେଶ୍ୱର ଭିଜିଲାନ୍ସ ଏସପି ନରହରି ନାୟକଙ୍କ ସମେତ ବାଲେଶ୍ୱର ପୋଲିସ ବିଭାଗ ତଥା ଜିଲ୍ଲାର ଅନ୍ୟାନ୍ୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।