FeaturedGeneralLatest

ଜେଟ୍‌ ଏୟାରଓ୍ୱେଜ ର ୫୩୫ କୋଟି ଟଙ୍କାର ସମ୍ପତ୍ତି ଆଟାଚ୍‌ କଲା ଇଡି

ନୂଆଦିଲ୍ଲୀ (ସଂକେତ ଟିଭି): ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏୟାରଓ୍ୱେଜ୍‌ ଏବଂ ନରେଶ ଗୋୟଲ ପରିବାରର ୫୩୫ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଆଟାଚ୍‌ କରିଛି । ଜେଟ ଏୟାରଓ୍ୱେଜ୍‌ (ଇଣ୍ଡିଆ) ଲିମିଟେଡ୍ ବିରୋଧରେ ମନି ଲଣ୍ଡରିଂ ଯାଞ୍ଚରେ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ୨୦୦୨ର ନିୟମ ଅନୁଯାୟୀ ଇଡି ୫୩୮.୦୮ କୋଟି ଟଙ୍କା ସମ୍ପତ୍ତି ଆଟାଚ୍‌ କରାଯାଇଛି । ଏନେଇ ଇଡି ଅଧିକାରୀମାନେ ସୂଚନା ଦେଇଛନ୍ତି।

ଆଟାଚ୍‌ ହୋଇଥିବା ସମ୍ପତ୍ତିରେ ବିଭିନ୍ନ କମ୍ପାନୀ ଏବଂ ବ୍ୟକ୍ତିବିଶେଷଙ୍କ ନାମରେ ୧୭ଟି ଆବାସିକ ଫ୍ଲାଟ ଏବଂ ବଙ୍ଗଳା ଏବଂ ବ୍ୟବସାୟିକ ପରିସର ଅନ୍ତର୍ଭୁକ୍ତ ରହିଛି। ଏହି ସମ୍ପତ୍ତି ଲଣ୍ଡନ, ଦୁବାଇ ଓ ଭାରତରେ ରହିଛି।

କାନାରା ବ୍ୟାଙ୍କ ଜେଟ୍‌ ଏୟାରଓ୍ୱେକୁ ୮୪୮ କୋଟି ଟଙ୍କାର କ୍ରେଡିଟ୍‌ ଲିମିଟ୍‌ ଓ ଲୋନ୍‌ ଦେଇଥିଲା । ତେବେ ୫୩୮.୬୨ କୋଟି ଟଙ୍କା ବାକି ଥିଲା। ୨୯ ଜୁଲାଇ ୨୦୨୧ରେ ସିବିଆଇ ଏହାକୁ ଜାଲିଆତି ଘୋଷଣା କରିଥିଲା।