ବେଆଇନ ବାଣ ଗୋଦାମରେ ଚଢାଉ, ୨୦ ଲକ୍ଷ ଟଙ୍କାର ବାଣ ଜବତ
ବାଲେଶ୍ବର (ସଂକେତ ଟିଭି): ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଥାନା ଆରୁହା ପଞ୍ଚାୟତ ଶାଳିକୋଠା ଗ୍ରାମରେ ଏକ ବାଣ ଗୋଦାମ ଉପରେ ପୋଲିସ ଆଜି କରି ୨୦ ଲକ୍ଷ ଟଙ୍କାର ବାଣ ଜବତ କରିଛି । ଜଳେଶ୍ବର ପୋଲିସର ୨୫ ଜଣିଆ ଟିମ ଶାଳିକୋଠା ସ୍ଥିତ ୩ଟି ପୃଥକ ପୃଥକ ବାଣ ଗୋଦାମ ଉପରେ ଚଢଉ କରିଥିଲେ ।
ଚଢ଼ଉ ସମୟରେ ୨ଟି ବାଣ ଗୋଦାମର ମାଲିକ ପ୍ରଫୁଲ୍ଲ ବେହେରା, ଅଜୟ ଖଟୁଆ, ସଞ୍ଜୟ ଖଟୁଆଙ୍କୁ ପୋଲିସ ଅଟକ ରଖି ଜେରା କରୁଛି । ଚଢ଼ଉ ସମୟରେ ବୁଲିଆ ଖଟୁଆର ଗୋଦାମରୁ ୫କିଲୋରୁ ଅଧିକ ବିସ୍ପୋରକ ଅର୍ଥାତ୍ କଞ୍ଚା ବାରୁଦ ଜବତ ହୋଇଥିବା କୁହାଯାଇଛି । ବାଣର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ପୋଲିସ ସୂଚନା ଦେଇଛି ।