FeaturedHealthLatestNews

ଟଙ୍କା ନଦେବାରୁ ଗର୍ଭବତୀ ମହିଳାଙ୍କୁ ଅଧାରାସ୍ତାରୁ ଓହ୍ଲାଇଦେଲା ଆମ୍ବୁଲାନ୍ସ ଡ୍ରାଇଭର

ବାରିପଦା (ସଂକେତ ଟିଭି) ଟଙ୍କା ନଦେବାରୁ ଅନ୍ଧାର ରାତିରେ ଗର୍ଭବତୀଙ୍କୁ ଅଧା ରାସ୍ତାରେ ଆମ୍ବୁଲାନ୍ସରୁ ଓହ୍ଲାଇଦେଲା ଡ୍ରାଇଭର । ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ବ୍ଲକ ଶଙ୍ଖାଭଙ୍ଗା ପଞ୍ଚାୟତ ଅଞ୍ଚଳରେ ଘଟିଛି ଏଭଳି ଘଟଣା ।

ସୂଚନା ଅନୁସାରେ, ଶଙ୍ଖାଭଙ୍ଗା ପଞ୍ଚାୟତ ଅଞ୍ଚଳରୁ ଜଣେ ମହିଳାଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବାରିପଦା ପି.ଆର.ଏମ ମେଡିକାଲକୁ ଅଣାଯାଉଥିଲା । ବାଟରେ ଆମ୍ବୁଲାନ୍ସ ଡ୍ରାଇଭର ଜଣକ ମହିଳାଙ୍କ ପରିବାରକୁ ଟଙ୍କା ମାଗିଥିଲେ । ହେଲେ ଟଙ୍କା ନ ପାଇବାରୁ ଗର୍ଭବତୀଙ୍କୁ ଡ୍ରାଇଭର ଅଧା ରାସ୍ତାରେ ଆମ୍ବୁଲାନ୍ସରୁ ଓହ୍ଲାଇଦେଇଥିଲା । ଆଉ ଘଟଣାସ୍ଥଳରେ ଠିଆ ହୋଇ ମଜା ଦେଖିଲା ଡ୍ରାଇଭର । ଦୀର୍ଘ ସମୟ ଧରି ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳାଙ୍କୁ ଭଡ଼ା ଅଟୋରେ ଆଣି ଆଶାକର୍ମୀ ବାରିପଦା ପି.ଆର.ଏମ ମେଡିକାଲରେ ଭର୍ତ୍ତି କରିଥିଲେ।

ଏଭଳି ଘଟଣାକୁ ବିରୋଧ କରି ଆମ୍ବୁଲାନ୍ସ ଡ୍ରାଇଭର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଓ ଏନ.ଆର୍.ଏଚ୍.ଏମ୍. ବିଭାଗର ଡି.ପି.ଏମଙ୍କୁ ଏକାଧିକ ଆଶାକର୍ମୀ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ।