FeaturedLatestNews

ବାଇକ୍‌କୁ ସାମ୍ନାପଟୁ ଧକ୍କା ଦେଲା ଲୁହାପଥର ବୋଝେଇ ହାଇୱା, ୩ ମୃତ

କେନ୍ଦୁଝର (ସଂକେତ ଟିଭି): ବାଇକ୍‌କୁ ସାମ୍ନାପଟୁ ଧକ୍କା ଦେଲା ଲୁହାପଥର ବୋଝେଇ ହାଇୱା। ଏହି ଦୁର୍ଘଟଣାରେ ଜଣେ ଯୁବତୀଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଛି। କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ନିକଟ ୨୦ ନମ୍ବର ଜାତୀୟ ରାଜପଥର ବାରିଗାଁ ନିକଟରେ ଆଜି ଅପରାହ୍‌ଣରେ ଏହି ଦୁର୍ଘଟଣା ଘଟିଛି।

୩ ମୃତକ ହେଲେ ଯାଜପୁର ଜିଲ୍ଲା ବାରାଗାଡ଼ିଆର ପ୍ରଭୁଦତ୍ତ ବିଶ୍ୱାଳ, ବିଭୁଦତ୍ତ ବିଶ୍ୱାଳ। ହେଲେ ମୃତ ଯୁବତୀଙ୍କ ନାଁ ଜଣାପଡିନି। ହେଲେ ମୃତା ଯୁବତୀ ଏମାନଙ୍କ ପଡୋଶୀ ବୋଲି କୁହାଯାଉଛି। ଖବର ପାଇ ଘସିପୁରା ପୁଲିସ ଗାଡିକୁ ଜବତ କରି ତଦନ୍ତ ଜାରି ରଖିଛି।