FeaturedGeneralHealthLatest

ଡାଇବେଟିସ ରୋଗୀଙ୍କୁ ଆଉ ନେବାକୁ ପଡିବନି ଇନସୁଲିନ ଇଞ୍ଜେକ୍ସନ, ଆସିବ ଇନ୍ସୁଲିନ୍ ସ୍ପ୍ରେ

ନୂଆଦିଲ୍ଲୀ (ସଂକେତ ଟିଭି): ଡାଇବେଟିସ ରୋଗୀଙ୍କୁ ଆଉ ନେବାକୁ ପଡିବନି ଇନସୁଲିନ ଇଞ୍ଜେକ୍ସନ । ଖୁବଶୀଘ୍ର ବଜାରକୁ ଆସିବ ଇନସୁଲିନ ସ୍ପ୍ରେ । ଏହାଦ୍ୱାରା ରୋଗୀ ସିରିଞ୍ଜ ବଦଳରେ ମୁହଁରେ ହିଁ ଇନ୍ସୁଲିନ୍ ନେଇପାରିବେ ।

ମିଡିଆ ରିପୋର୍ଟ ଅନୁସାରେ, ହାଇଦ୍ରାବାଦ କମ୍ପାନୀ NiedlFree Technologies Pvt Ltd ବିନା ଛୁଞ୍ଚିରେ ଇନସୁଲିନ ସ୍ପ୍ରେ ତିଆରି କରୁଥିବା ନେଇ ଦାବି କରିଆସୁଛି । ଯଦି ଏହାର ପରୀକ୍ଷଣ ସଫଳ ହୁଏ ତେବେ ବିଶ୍ବରେ ଏହା ପ୍ରଥମ ଇନସୁଲିନ ସ୍ପ୍ରେ ହେବ । ଯଦ୍ବାରା ଇନସୁଲିନ ନେବା ପାଇଁ ଇଞ୍ଜେକ୍ସନ ନେବାର ଆବଶ୍ୟକତା ରହିବ ନାହିଁ । ଯନ୍ତ୍ରଣା ବିନା ଇନସୁସିନ ନେଇପାରିବେ ରୋଗୀ । ଏହାର ନାମ ଓଜୁଲିନ(Ozulin) ରଖାଯାଇଛି । ହାଇଦ୍ରାବାଦ ସ୍ଥିତ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ କମ୍ପାନି ଟ୍ରାନ୍ସଜିନ ବାୟୋଟେକ ଲିମିଟେଡ୍ ନାଁର କମ୍ପାନିର ଆରମ୍ଭ ହୋଇଥିଲା ।

ବର୍ତ୍ତମାନ କମ୍ପାନି ଟ୍ରାଏଲ ପାଇଁ ଅନୁମତି ଲୋଡ଼ିଛି । କମ୍ପାନୀର ସଂସ୍ଥାପକ ତଥା ନିର୍ଦ୍ଦେଶକ ଡାକ୍ଟର କେ କୋଟେଶ୍ୱର ରାଓ କହିଛନ୍ତି ଯେ କମ୍ପାନି ସେପ୍ଟି ଓ ଟେକ୍ସିକୋଲଜି ଷ୍ଟଡିଜକୁ ମଞ୍ଜୁରୀ ପାଇଁ CDSCOରେ ଆବେଦନ କରାଯାଇଛି । ଏହାପରେ ସ୍ପ୍ରେର କ୍ଲିନିକାଲ୍ ଟ୍ରାଏଲ କରାଯିବ ।