ହାଇଓ୍ବାକୁ ପଛରୁ ଧକ୍କା ଦେଲା ଡମ୍ପର, ଜଣେ ମୃତ
ବାଲେଶ୍ୱର (ସଂକେତ ଟିଭି): ହାଇୱାକୁ ପଛପଟୁ ଦ୍ରୁତଗତିରେ ଆସି ଧକ୍କା ଦେଲା ଡମ୍ପର । ଏଥିରେ ଡମ୍ପର ଡ୍ରାଇଭର ମୃତ୍ୟୁ ବରଣ କରିଛନ୍ତି । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା କଟିପୋଲ ନିକଟରେ ୬୦ ନମ୍ବର ଜାତୀୟ ରାଜପଥରେ ଆଜି ଭୋରରେ ଏହି ଦୁର୍ଘଟଣା ଘଟିଛି ।
ଆଜି ଭୋର ସମୟରେ ଜଳେଶ୍ବର ଅଭିମୁଖେ ଯାଉଥିବା ଏକ ହାଇୱା କୁ କଟିପୋଲ ନିକଟରେ ପଛପଟୁ ଦ୍ରୁତଗତିରେ ଆସି ଧକ୍କା ଦେଇଥିଲା ଡମ୍ପର। ଘଟଣାସ୍ଥଳରେ ଡମ୍ପର ଡ୍ରାଇଭରର ମୃତ୍ୟୁ ହୋଇଥିଲା । ବସ୍ତା ଥାନା ପୋଲିସ ଦୁଇଟି ଗାଡି ଜବତ କରି ମୃତଦେହକୁ ବ୍ଯବଚ୍ଛେଦ ପାଇଁ ପଠାଇଛି । ଏହା ସହିତ ପୁଲିସ ଗାଡ଼ି ଦୁଇଟିକୁ ଜବତ କରି ଘଟଣାର ତଦନ୍ତ କରୁଛି।