ଝାରସୁଗୁଡାରୁ କୋଲକାତା ଉଡିଲା ଇଣ୍ଡିଗୋ
ଝାରସୁଗୁଡା (ସଂକେତ ଟିଭି): ଇଣ୍ଡିଗୋ ବିମାନ ଝାରସୁଗୁଡାରୁ କୋଲକାତା ଉଡାଣ କରିବ । ପ୍ରତିଦିନ ସନ୍ଧ୍ୟା ୭ଟା ୨୫ରେ ଝାରସୁଗୁଡାରେ ପହଞ୍ଚି ୭ଟା ୫୫ ମିନିଟ୍ରେ କୋଲକାତା ଯିବ । ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ରବିବାର ଠାରୁ ଉଡାଣ ଆରମ୍ଭ କରିବ ଇଣ୍ଡିଗୋ ।
ଏହାପୂର୍ବରୁ ଝାରସୁଗୁଡା ବିମାନ ବନ୍ଦରରୁ ଏଲାଏନ୍ସ ଏୟାରର ବିମାନ କୋଲକାତା ଯାଉଥିବା ବେଳେ ଗତ ୨୯ତାରିଖରୁ ଆସିଥିବା ନୂଆ ସମୟ ସାରଣୀରୁ ବାଦ ପଡିଛି । ସେହିପରି ସ୍ପାଇସ୍ ଜେଟ୍ ନୂଆଦିଲ୍ଲୀ ଯାଉଥିଲା ବେଳେ ଏଲାଏନ୍ସ ଏୟାର ପକ୍ଷରୁ ସପ୍ତାହରେ ୩ଦିନ ଭୁବନେଶ୍ୱର ଚଳାଚଳ କରୁଛି । ଆସନ୍ତା ୧୫ ତାରିଖରୁ ଇଣ୍ଡିଗୋ ପକ୍ଷରୁ ବେଙ୍ଗାଲୁରୁକୁ ସେବା ଆରମ୍ଭ ହେବ ।