ଏୟାର୍ ଇଣ୍ଡିଆ ବିମାନକୁ ଉଡାଇ ଦେବାକୁ ଧମକ୍ ଦେଲା ଖାଲିସ୍ଥାନୀ ଆତଙ୍କବାଦୀ
ନୂଆଦିଲ୍ଲୀ(ସଂକେତ ଟିଭି): ଆତଙ୍କୀ ସଂଗଠନ ଶିଖ୍ ଫର ଜଷ୍ଟିସ୍ (SFJ)ର ପ୍ରତିଷ୍ଠାତା ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁନ୍ ଏକ ଭିଡିଓ ଜାରି କରି ବଡ଼ ଚେତାବନୀ ଦେଇଛି । ନଭେମ୍ବର ୧୯ ଓ ତା’ପରେ ଏୟାର ଇଣ୍ଡିଆ ବିମାନରେ ନ ଯିବା ଲାଗି ଶିଖମାନଙ୍କୁ ସେ କହିଛି । ଯଦି ଏହି କଥାକୁ କେହି ଗୁରୁତର ସହ ନ ନେବେ … ତାହେଲେ ମୃତ୍ୟୁ ସୁନିଶ୍ଚିତ ବୋଲି ସେ କହିଛି
ଏସଏଫଜେ ନେତା ଗୁରୁ ପତଓ୍ବନ୍ତ ସିଂ ପନ୍ନୁ ଧମକ ଦେଇ କହିଛି କି, ୧୯ ନଭେମ୍ବରରେ କୌଣସି ଶିଖ୍ ଏୟାର ଇଣ୍ଡିଆ ବିମାନରେ ଯାଆନ୍ତୁ ନାହିଁ । ସାରା ବିଶ୍ବରେ ଏୟାର ଇଣ୍ଡିଆ ବିମାନକୁ ଅବରୋଧ କରାଯିବ ଓ ସେହିଦିନ ବିଶ୍ବର କୌଣସି ସ୍ଥାନକୁ ଯିବାକୁ ଏୟାର ଇଣ୍ଡିଆ ବିମାନକୁ ଅନୁମତି ଦିଆଯିବ ନାହିଁ ବୋଲି ସେ କହିଛି ।
ଏହି ନିଷ୍ପତ୍ତି ଭାରତ ସରକାରଙ୍କ ପ୍ରତି ଏକ ଓ୍ବାର୍ଣ୍ଣିଂ ହୋଇପାରେ ବୋଲି ସେ କହିଛି । ୧୯ ନଭେମ୍ବରରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର ବନ୍ଦ ରଖିବାକୁ ସେ ଚେତାବନୀ ଦେଇଛି । ସେହିଦିନ ଓ୍ବାର୍ଲଡ ଟେରର କପ୍ ମ୍ୟାଚ ଖେଳାଯାଇ ଓ ସାରା ବିଶ୍ବ ଏହି ମ୍ୟାଚ ଦେଖିବ ବୋଲି ସେ କହିଛି । ଏହା ଭାରତରେ ହୋଇଥିବା ଶିଖ ଗଣହତ୍ୟାର ଜବାବ ହେବ । ପଞ୍ଜାବ ମୁକ୍ତ ହେବା ପରେ ଏହି ବିମାନ ବନ୍ଦରର ନାମ ସହିଦ ବିୟନ୍ତ ସିଂ ଓ ସହିଦ ସତଓ୍ବନ୍ତ ସିଂ ବିମାନ ବନ୍ଦର ରଖାଯିବ ବୋଲି କହିଛି ।