EntertainmentFeaturedLatestNews

ପ୍ରଯୋଜକ ଟୁଟୁ ନାୟକଙ୍କ ଜାମିନ ଆବେଦନର ଶୁଣାଣି ଘୁଞ୍ଚିଲା

ଭୁବନେଶ୍ବର (ସଂକେତ ଟିଭି) ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିବା, ଅସଦାଚରଣ କରିବା ଅଭିଯୋଗରେ ଗିରଫ ପ୍ରଯୋଜକ ଟୁଟୁ ଓରଫ୍ ସଞ୍ଜୟ ନାୟକଙ୍କ ଜାମିନ ଆବେଦନର ଶୁଣାଣି ଘୁଞ୍ଚିଛି। ୮ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାଯାଇଛି। ଅପଡେଟ୍ କେସ ଡାଏରି ଓ ପୁରୁଣା କେସ୍ ରେକର୍ଡ ଦାଖଲ ଲାଗି ତଲବ କରାଯାଇଛି।

‘ପ୍ରଥା’ ଫିଲ୍ମର ପ୍ରିମିୟର ବେଳେ ଶ୍ରୀୟା ସ୍ବାତି କମ୍ପ୍ଲେକ୍ସ ଭିତରେ ଏହି ଘଟଣା ଘଟିଥିଲା । ମହିଳା ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ମାଡ଼ ମାରିବା ନେଇ ଖାରବେଳନଗର ଥାନାରେ ହୋଇଥିଲା ମାମଲା । ଘଟଣାର ତଦନ୍ତ କରି ଟୁଟୁଙ୍କୁ ଗିରଫ କରିଥିଲା ପୋଲିସ । ଦଫା ୩୫୪, ୩୪୧, ୩୨୩, ୨୯୪ ରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗତ ଶନିବାର ଜାମିନ ଆବେଦନ ଶୁଣାଣୀକୁ ସଂରକ୍ଷିତ ରଖିଥିଲେ କୋର୍ଟ । SDJM କୋର୍ଟରେ ଆଜି ତାଙ୍କ ଜାମିନ ଆବେଦନର ଶୁଣାଣୀ ଘୁଞ୍ଚିଛି। ଟୁଟୁ ନାୟକ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ଅଛନ୍ତି ।