CrimeEducationFeaturedLatestNews

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ନିସ୍ତୁକ ମାଡ ଖାଇଲେ ପ୍ରଧାନଶିକ୍ଷକ

ବାଲେଶ୍ବର (ସଂକେତ ଟିଭି) ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଚଣ୍ଡୀପୁର ମୁନ୍ଧାବଣିଆ ନୋଡାଲ ବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନଶିକ୍ଷକଙ୍କ ନିର୍ଧୁମ ମାଡ଼ ମାରିଲେ ସ୍ଥାନୀୟ ଲୋକେ । ଏହି ଘଟଣାକୁ କେନ୍ଦ୍ର କରି ସ୍କୁଲ ପରିସରରେ ଚାପା ଉତ୍ତେଜନା ଦେଖାଯାଇଛି। ଅଭିଯୁକ୍ତ ଶିକ୍ଷକ ହେଲେ ଗୋବିନ୍ଦ ଚରଣ ଜେନା।

ସୂଚନା ଅନୁସାରେ, ଗତ କିଛି ଦିନ ପୂର୍ବରୁ ଗୋବିନ୍ଦ ଚରଣ ଜେନା ସ୍କୁଲର ଜୈନିକା ଛାତ୍ରୀଙ୍କ ପାଇଁ ଚିତ୍ରାଙ୍କନ କରିବା ପ୍ରତିବଦଳରେ ଛାତ୍ରୀଙ୍କ ଦେହ ମାଗିଥିଲେ। ଏହାକୁ ଛାତ୍ରୀ ଜଣକ ଘରେ ଯାଇ ଅଭିଭାବକଙ୍କ ନିକ‌ଟରେ କହିଥିଲେ। ଏ ନେଇ ଆଜି ସ୍କୁଲ ପରିସରରେ ଛାତ୍ରଛାତ୍ରୀଙ୍କ ଅଭିଭାବକ ଓ ଆଞ୍ଚଳିକ ସାଧନ ସଂଯୋଜକ (ସିଆରସିସି)ଙ୍କ ସହ କିଛି ଶିକ୍ଷକଙ୍କୁ ନେଇ ସ୍କୁଲ କମିଟି ଏକ ବୈଠକ ଆୟୋଜନ ହୋଇଥିଲା। ତେବେ ଏଥିରେ ଛାତ୍ରୀଙ୍କ ଅଭିଭାବକ ଶିକ୍ଷକଙ୍କ ଏଭଳି କାର୍ଯ୍ୟକୁ ନିନ୍ଦା କରିବା ସହ ସ୍କୁଲରୁ ବହିଷ୍କାର କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ବୈଠକରେ ଏଭଳି ଭୁଲ କରିଛି ବୋଲି ପ୍ରଧାନଶିକ୍ଷକ ଶ୍ରୀ ଜେନା ସ୍ୱୀକାର କରି ସର୍ବ ସମ୍ମୁଖରେ କ୍ଷମା ପାର୍ଥନା କରିଥିଲେ। ଆଉ ପରବର୍ତ୍ତୀ ସମୟରେ ଶିକ୍ଷକ ଜଣକ ସ୍କୁଲ ଛାଡ଼ି ପଳେଇ ଯିବା ପାଇଁ ଉଦ୍ୟମ କରିଥିଲା ବେଳେ ଗାଁ ଲୋକେ ତାଙ୍କୁ ଅଟକାଇଥିଲେ। ହେଲେ ପ୍ରଧାନଶିକ୍ଷକ ଶ୍ରୀ ଜେନା ସ୍କୁଲ ପଛପଟ ରାସ୍ତାରେ ଦୌଡ଼ିଦୌଡ଼ି ଖସି ଯିବା ପାଇଁ ଉଦ୍ୟମ କରିଥିଲା ବେଳେ ଗାଁ ଲୋକେ ତାଙ୍କୁ ଗୋଡେଇ ଧରିଥିଲେ। ଶ୍ରୀ ଜେନାଙ୍କୁ ମାଡ଼ ମାରିଥିଲେ।ଭୋଗରାଇ ବିଇଓ କମଳ ଲୋଚନ ବିଶ୍ବାଳ ତଦନ୍ତ ପରେ କାର୍ଯ୍ୟନୁଷ୍ଠାନ କରାଯିବ ବୋଲି ସୂଚନା ଦେଇଛନ୍ତି।