CrimeFeaturedLatestNews

ଗର୍ଭବତୀ ସ୍ତ୍ରୀକୁ ହତ୍ୟା କରି ସ୍ବାମୀ ଫେରାର

ଭଦ୍ରକ (ସଂକେତ ଟିଭି): ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧିନ ନପଙ୍ଗ କବିସାହି ରାସ୍ତା ପାର୍ଶ୍ୱରୁ ସନ୍ଦେହଜନକ ଅବସ୍ଥାରେ ରାସ୍ତାକଡ଼ରୁ ଗର୍ଭବତୀ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମହିଳା ଜଣକ ଗର୍ଭବତୀ ଥିଲେ ଓ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ମୃତ ମହିଳା ହେଲେ ମାଳଦା ଗ୍ରାମର ତପସ୍ୱିନୀ ଦାସ। ସେ ୯ ମାସ ତଳେ ନପଙ୍ଗ ଗାଁ ର ସିପୁନ ଦାସଙ୍କୁ ବିବାହ କରିଥିଲେ। ସିପୁନୁ ଦାସ ପୂର୍ବରୁ ବିବାହ କରିଥିବା ବେଳେ ତପସ୍ୱିନୀ ହେଉଛନ୍ତି ତାଙ୍କର ଦ୍ବିତୀୟ ସ୍ତ୍ରୀ। ସେ ତପସ୍ୱିନୀଙ୍କୁ ବିଭିନ୍ନ ସମୟରେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ ବୋଲି ମୃତା ତପସ୍ୱିନୀଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି।

ତପସ୍ବିନୀ ଗର୍ଭବତୀ ଥିବା ପରିବାର ଲୋକ କହିଛନ୍ତି। ଆଜି ସକାଳୁ ଚଣ୍ଡୀମା ପଡିଆ ନିକଟରେ ସନ୍ଦେହ ଜନକ ଭାବେ ତପସ୍ୱିନୀଙ୍କ ମୃତଦେହ ପଡ଼ିଥିବା ଲୋକେ ଦେଖିବାକୁ ପାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି। ତପସ୍ୱିନୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ତାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି ।