ଜନସ୍ବାସ୍ଥ୍ୟ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ
ଭୁବନେଶ୍ବର (ସଂକେତ ଟିଭି): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜନସ୍ବାସ୍ଥ୍ୟ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ବିଶ୍ବବନ୍ଧୁ ପାଣିଗ୍ରାହୀଙ୍କ ଅଫିସ, ଘର ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଏକାକାଳୀନ ରେଡ୍ କରିଛି । ଭଦ୍ରକରେ ୨ଟି ଓ ଭୁବନେଶ୍ବରରେ ୪ଟି ସ୍ଥାନରେ ବିଶ୍ବବନ୍ଧୁଙ୍କ ସମ୍ପତ୍ତିର ଭିଜିଲାନ୍ସ ଖୋଳତାଡ଼ ଜାରି ରହିଛି । ଏହି ଚଢ଼ାଉରେ ୭ ଜଣ ଡିଏସ୍ପି ୫ ଇନସ୍ପେକ୍ଟର ସହ ୮ ଜଣ ଏଏସଆଇ ସାମିଲ ଅଛନ୍ତି ।
ଭୁବନେଶ୍ବର ଭିଏସ୍ଏସ ନଗରରେ ଥିବା ତାଙ୍କର ଦୁଇ ମହଲା କୋଠା GL-73, ପ୍ଲଟ ନମ୍ବର 9505, ରୁଦ୍ରପୁର ଆସୋଟେକ ପ୍ରାଇଡରେ ଥିବା ଫ୍ଲାଟ, ଭଦ୍ରକ ମଠ ସାହିରେ ଥିବା କୋଠା, ଭଦ୍ରକ ତୋରଣପଡାସ୍ଥିତ ପୈତୃକ ଘର ଓ ଭିଏସ୍ଏସନଗର ସ୍ଥିତ ସମ୍ପର୍କୀୟଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଉନ୍ନତି ଭବନରେ ଥିବା EICଙ୍କ କାର୍ଯ୍ୟାଳୟ ଭିତରେ ବି ଚାଲିଛି ରେଡ୍ ।
ବିଶ୍ବବନ୍ଧୁ ପାଣିଗ୍ରାହୀଙ୍କ ଭଦ୍ରକରେ ଥିବା ଦୁଇଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ଭଦ୍ରକ ମଠ ସାହିରେ ଯନ୍ତ୍ରୀଙ୍କ ଏକ ଘର ରହିଛି । ଏଥିସହିତ ତୋରଣପଡ଼ା ଗ୍ରାମ ସ୍ଥିତ ତାଙ୍କର ପୈତୃକ ବାସଭବନରେ ପଶି ଭିଜିଲାନ୍ସ ଅଫିସର ସମସ୍ତ ଜମିବାଡ଼ି ଓ ଧନ ସମ୍ପତ୍ତି ହିସାବ କରିଛନ୍ତି । ଭୁବନେଶ୍ୱରେ ଉନ୍ନତି ଭବନରେ ଥିବା କାର୍ଯ୍ଯାଳୟରେ ମଧ୍ୟ ରେଡ ଜାରି ରହିଛି ।
ଭିଜିଲାନ୍ସ ଟିମ୍ ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରର ଫାଇଲ, ଜମିବାଡି କାଗଜପତ୍ର, ବ୍ୟାଙ୍କ ପାସବୁକ ଛାନଭିନ୍ କରୁଛି । ଘରର ସମସ୍ତ ଆସବାବପତ୍ରର ହିସାବ ନିକାଶ ସହ ଘରର ଖର୍ଚ୍ଚ ଓ ଠୁଳ କରିଥିବା ସମ୍ପତ୍ତିର ଖୋଳତାଡ଼ ଚାଲିଛି । ସ୍ପେଶାଲ ଜଜ ଭିଜିଲାନ୍ସଙ୍କ ଅନୁମତି କ୍ରମେ ଏହି ଚଢାଉ କରାଯାଉଛି ।