CrimeFeaturedLatestNews

ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଯୁବକ ଗିରଫ

ବାଲେଶ୍ବର (ସଂକେତ ଟିଭି): ବାଲେଶ୍ୱର ଜିଲ୍ଲା ସୋର ଥାନା ମାଣିପୁର ଗାଁ ନିକଟରେ ଜଣେ ୧୭ ବର୍ଷିୟା ଆଦିବାସୀ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନା ଅନୁସାରେ, ଭିନ୍ନକ୍ଷମ ଯୁବତୀ ଜଣକ ମୟୁରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳର ହୋଇଥିବା ବେଳେ ସେ ତାଙ୍କର ଭିଣୋଇ ଘରେ ରହୁଥିଲେ । ଯୁବତୀ ଜଣକର ଆଖିକୁ ଦେଖାଯାଉନଥିବା ବେଳେ କାନକୁ ସଠିକ ଭାବେ ଶୁଭା ଯାଉନାହିଁ । ତେଣୁ ଔପଦା ଥାନା ଗଜାଆମ୍ବ ଗାଁର ବାୟା ସିଂ ନାମକ ଜଣେ ଯୁବକ ସୋରର ଏକ ଭିନ୍ନକ୍ଷମ ଆଶ୍ରମରେ ରଖିଦେବାକୁ କହିଥିଲେ । ତେଣୁ ଯୁବତୀ ଜଣକ ତାଙ୍କ ସାଙ୍ଗରେ ଆସିଥିବା ବେଳେ ମଣିପୁର ନିକଟରେ ଥିବା ଏକ ଜଙ୍ଗଲ ଭିତରକୁ ନେଇ ଦୁଷ୍କର୍ମ କରିଥିଲେ । ଗାଁ ନିକଟ ଜଙ୍ଗଲରେ ଯୁବତୀଙ୍କର ଚିତ୍କାର ଶୁଣି ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ମହିଳା ମାନେ ପହଞ୍ଚିଯାଇଥିଲେ । ପରେ ଯୁବକଙ୍କ ସହିତ ଯୁକ୍ତିତର୍କ ହେବା ପରେ ଯୁବକ ଜଣକ ଦୌଡ଼ି ଦୌଡ଼ି ନିଜର ବାଇକ ପାଖରେ ପହଞ୍ଚି ବାଇକ ନେଇ ପଳାଇଯାଇଥିଲେ । ତେଣୁ ଭିନ୍ନକ୍ଷମ ଯୁବତୀଙ୍କୁ କାଠ ଆଣିବାକୁ ଯାଇଥିବା ମହିଳାମାନେ ଉଦ୍ଧାର କରି ସୋର ପୋଲିସର ଜିମା ଦେଇଥିଲେ । ପୋଲିସ ତଦନ୍ତକରି ରାତିରେ ଅଭିଯୁକ୍ତଙ୍କ ଘରେ ପହଁଚି ଅଭିଯୁକ୍ତକୁ କାବୁ କରି ସୋର ଥାନାକୁ ଆଣିଥିଲେ । ଏନେଇ ଗତକାଲି ସୋର ଥାନାରେ ୭୮୧/୨୩ ମୂଳେ ଏକ ମାମଲା ମଧ୍ୟ ରୁଜୁ ହୋଇଛି । ତେଣୁ ଉଭୟଙ୍କୁ ଆଜି ଡାକ୍ତରୀମାଇନା କରାଯାଇଥିବା ବେଳେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।