FeaturedLatestNews

ଡୁବଡୁବି ନଦୀରେ ବିଶାଳକାୟ କୁମ୍ଭୀର, ଲୋକେ ଆତଙ୍କିତ

ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଡୁବୁଡୁବି ନଦୀ ର ମହାପଦା ପୋଲ ନିକଟରୁ 4 ଫୁଟ ଲମ୍ବ ର କୁମ୍ଭୀର ଉଦ୍ଧାର ହୋଇଛି । ଫଳରେ ଲୋକେ ଆତଙ୍କିତ ହୋଇଯାଇଛନ୍ତି । ଏହି କୁମ୍ଭୀର ଦେଖିବା ପରେ ଭୟରେ ମାଛ ଧରିବା ପାଇଁ ଯାଉନାହାନ୍ତି ।

ସୂଚନା ଅନୁଯାୟୀ ଏହି ନଦୀ ରେ ଦୀର୍ଘ ଏକ ମାସ ରୁ ଉର୍ଧ୍ବ ସମୟ ଧରି କୁମ୍ଭୀର ଆତଙ୍କ ଖେଳାଇଛି । ଯାହା ଫଳରେ ଅଞ୍ଚଳବାସୀ ଭୟଭୀତ ହୋଇ ନଦୀ କୁ ଯାଉ ନାହାନ୍ତି । କିଛି ଛେଳି ଏବଂ ଗୋରୁ କୁ କୁମ୍ଭୀର ମାରି ଖାଇଥିବା ମଧ୍ଯ ଅଭିଯୋଗ ହୋଇଛି । ଏନେଇ ଅଞ୍ଚଳବାସୀ ବାରମ୍ବାର ବନବିଭାଗ କୁ ଖବର ଦେଇଥିଲେ ମଧ୍ଯ ବନବିଭାଗ ପହଞ୍ଚି ନଥିଲା କି କୁମ୍ଭୀର କୁ ଧରିବା ପାଇଁ କୌଣସି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରି ନଥିଲା ।

ଏହି ନଦୀ ରେ ଦୁଇ ରୁ ତିନୋଟି କୁମ୍ଭୀର ବୁଲୁଥିବା ଗ୍ରାମବାସୀ ଦେଖିଥିବା ବେଳେ ଆଜି ଗୋଟିଏ କୁମ୍ଭୀର ଜାଲରେ ଲାଗିବା ପରେ ଗ୍ରାମବାସୀ ବନବିଭାଗ କୁ ଖବର ଦେଇ ଥିଲେ । ତେବେ ଅନ୍ଯ କୁମ୍ଭୀର କୁ ଧରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।