ବ୍ଲାକମେଲିଂ ଅଭିଯୋଗରେ ଅଭିନେତ୍ରୀ ମୌସୁମୀ ନାୟକ ଗିରଫ
ଭୁବନେଶ୍ବର (ସଂକେତ ଟିଭି): । ବ୍ଲାକମେଲିଂ ଓ ଠକେଇ ଅଭିଯୋଗରେ ଓଲିଉଡ ଅଭିନେତ୍ରୀ ମୌସୁମୀ ନାୟକଙ୍କୁ ଇନଫୋସିଟି ଥାନା ପୋଲିସ ଗିରଫ କରିଛି । ତାଙ୍କୁ ଆଇପିସିର ଦଫା ୩୮୫ ଦାଦାବଟି, ୨୯୪ ଗାଳିଗୁଲଜ କରିବା, ୫୦୬ ଅପରାଧିକ ଉଦ୍ଦେଶ୍ୟରେ ଧମକାଇବା, ୫୦୭ ଧମକ ଦେବା ଆଦି ଅଭିଯୋଗରେ ଗିରଫ କରାଯାଇଛି ।
ସୂଚନା ମୁତାବକ ଲେଖିକା ବନସ୍ମିତା ପତି ଏହି ଅଭିଯୋଗ ଆଣିଥିଲେ। ବନସ୍ମିତା ଓ ମୌସୁମୀ ଦୁହେଁ ଏକ ବ୍ୟବସାୟିକ କାରବାର ପାଇଁ ଟଙ୍କା କାରବାର ହୋଇଥିଲା । ବନସ୍ମିତା ୫ ଲକ୍ଷ ୮୦ ହଜାର ଆଉ ମୌସୁମୀଙ୍କୁ ଫେରାଇ ନଥିଲେ । ଯାହାକୁ ମାଗିବାରୁ ବିଭିନ୍ନ ଆଳ ଦେଖାଇ ବାହାନା କରୁଥିଲେ । ଏନେଇ ଉଭୟଙ୍କ ମଧ୍ୟରେ ଏଇଭଳି ତିକ୍ତତା ଲାଗିଥିଲା । ଯଦି ଟଙ୍କା ନଦେବେ ତାହାଲେ ଲେଖିକା ବନସ୍ମିତାଙ୍କୁ ସେ ସାମାଜିକ ସ୍ତରରେ ବଦନାମ କରିବେ । ଜୀବନରୁ ମାରିବା ପାଇଁ ହ୍ୱାଟସ ଅପ୍ ରେ ଧମକପୂର୍ଣ୍ଣ ମେସେଜ ଦେଇଥିଲେ । ଯାହାକୁ ନେଇ ବନସ୍ମିତା ପତି ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ । ଏନେଇ ପୋଲିସ ଗିରଫ କରିଛି ।