ପୁରୀ ସ୍ୱର୍ଗଦ୍ୱାର ୱେବ୍ସାଇଟ ଲୋକାର୍ପିତ, ଅନଲାଇନରେ ପାଇ ପାରିବେ ଅନ୍ତିମ ସଂସ୍କାର ସେବା
ପୁରୀ (ସଂକେତ ଟିଭି): ପୁରୀ ସ୍ୱର୍ଗଦ୍ୱାର ର ନୂତନ ୱେବସାଇଟ ସ୍ୱର୍ଗଦ୍ୱାର ଡଟ୍ କମ୍ (swargadwar.com) ଲୋକାର୍ପଣ କରାଯାଇଛି। ସ୍ୱର୍ଗଦ୍ୱାର ସେବା ସମିତି ପକ୍ଷରୁ ରବିବାର ଦିନ ନିରାଡ଼ମ୍ବର ଭାବେ ସ୍ୱର୍ଗଦ୍ୱାର ପରିସରରେ ଏହି ଲୋକାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ଏହି ୱେବ୍ସାଇଟରେ ତଥ୍ୟ ଉପଲବ୍ଧ ରହିଥିବା ବେଳେ ଏହା ମାଧ୍ୟମରେ ସ୍ୱର୍ଗଦ୍ୱାରରେ ସଂସ୍କାର ସେବା ନେବାକୁ ଚାହୁଁଥିବା ବ୍ୟକ୍ତିବିଶେଷ ଆବଶ୍ୟକ ତଥ୍ୟ ଅପ୍ଲୋଡ୍ କରି ବିଭିନ୍ନ ସେବା ପାଇ ପାରିବେ। ବର୍ତ୍ତମାନ ପରୀକ୍ଷାମୂଳକ ଭାବେ ଏହା ଆରମ୍ଭ କରାଯାଇଥିବା ବେଳେ ଆବଶ୍ୟକତା ଅନୁଯାୟୀ ଏଥିରେ ପରିବର୍ତ୍ତନ କରାଯିବ। ଏଥିସହ ଖୁବ୍ଶୀଘ୍ର ସ୍ୱର୍ଗଦ୍ୱାର ଆପ୍ ମଧ୍ୟ ପ୍ଲେ-ଷ୍ଟୋର୍ ମାଧ୍ୟମରେ ଉପଲବ୍ଧ ହେବ ବୋଲି ସ୍ୱର୍ଗଦ୍ୱାର ସେବା ସମିତି ଆବାହକ ସମ୍ପାଦକ ଭବତାରଣ ସାହୁ ସୂଚନା ଦେଇଥିଲେ।