FeaturedLatestNews

ଯୋଡ଼ିମାଦେଲି ଘାଟିରୁ ଖସିଲା କାର୍‌, ୩ ମୃତ

କୋରାପୁଟ (ସଂକେତ ଟିଭି): ୫୦ ଫୁଟ ତଳକୁ ଖସିଲା ଏକ କାର। ଘଟଣା ସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଯୋଡିମାଦେଲି ଘାଟିରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।

ସୂଚନା ଅନୁସାରେ, ଏହି କାରରେ ୪ ଜଣ ଲୋକ ଛତିଶଗଡ ଠାରୁ ଆନ୍ଧ୍ର ଅଭିମୁଖେ ଯାଉଥିଲେ । କାର୍‌ଟି ପଟାଙ୍ଗୀ ଥାନା ଯୋଡିମାଦେଲି ଘାଟି ନିକଟରେ ଭାରସାମ୍ୟ ହରାଇ ଖସିପଡିଥିଲା । ଘଟଣା ସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକ ମହିଳାଙ୍କୁ ସ୍ଵାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର ସମୟରେ ମୃତ୍ୟୁ ଘଟିଥିବା ନେଇ ଜଣାପଡ଼ିଛି । ବିଳମ୍ବିତ ରାତ୍ରୀରେ ଉକ୍ତ ଦୁର୍ଘଟଣା ଘଟିଥିଲା । କିନ୍ତୁ ଘଟଣା ନେଇ କାହା ପାଖରେ ସୂଚନା ନଥାଇ ଚାଲିଗଲା ସମସ୍ତଙ୍କ ଜୀବନ। ଉକ୍ତ ଘଟଣାରେ ଦୁଇଟି ପୁରୁଷ, ଏକ ମହିଳା ଏବଂ ଏକ ନାବାଳିକା ରହିଥିବା ନେଇ ଜଣାପଡ଼ିଛି । ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ଯାଞ୍ଚ କରୁଥିବା ନେଇ ଜଣାପଡ଼ିଛି ।