FeaturedLatestNews

ଝାରସୁଗୁଡ଼ାରୁ ବାଙ୍ଗାଲୋରକୁ ଇଣ୍ଡିଗୋର ବିମାନ ସେବା ଆରମ୍ଭ

ଝାରସୁଗୁଡା (ସଂକେତ ଟିଭି): ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆଜି ଇଣ୍ଡିଗୋ ବିମାନ ବାଙ୍ଗାଲୋରକୁ ଉଡିଛି । ଇଣ୍ଡିଗୋ ବିମାନ ବାଙ୍ଗାଲୋରରୁ ସକାଳ ୧୦ ଟା ୧୫ ମିନିଟରେ ବାହାରି ଅପରାହ୍ନ ୧୨ଟା ୯ ମିନିଟରେ ଝାରସୁଗୁଡ଼ାରେ ପହଞ୍ଚିଛି । ଏହାପରେ ଅପରାହ୍ନ ଗୋଟାଏରେ ଝାରସୁଗୁଡ଼ାରୁ ବିମାନ ବାହାରିଥିବା ବେଳେ ୨ ଟା ୫୫ ମିନିଟରେ ବାଙ୍ଗାଲୋରରେ ପହଞ୍ଚିଛି ।

ବାଙ୍ଗାଲୋରକୁ ଆଜିଠୁ ପ୍ରତିଦିନ ଇଣ୍ଡିଗୋର ୧୮୦ ସିଟ୍‌ ବିଶିଷ୍ଟ ଏୟାରବସ୍‌-୩୨୦ ବିମାନ ଚଳାଚଳ କରିବ । ଆଜି ପ୍ରଥମ ଦିନରେ ୧୭୯ ଯାତ୍ରୀ ଆସିଥିବା ବେଳେ ଝାରସୁଗୁଡ଼ାରୁ ବାଙ୍ଗାଲୋର ଅଭିମୁଖେ ୧୬୯ ଯାତ୍ରୀ ଯାତ୍ରା କରିଛନ୍ତି ।