FeaturedLatestNews

ନିଜ ବନ୍ଧୁକରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ସି.ଆର.ପି.ଏଫ ଜବାନ

ନୟାଗଡ (ସଂକେତ ଟିଭି): ନିଜ ବନ୍ଧୁକରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ସି.ଆର.ପି.ଏଫ ଜବାନ । ଆତ୍ମହତ୍ୟା କରିଥିବା ସିଆରପିଏଫ ଜବାନ ଜଣକ ହେଲେ ନୟାଗଡ଼ ଜିଲ୍ଲା ଇଟମାଟି ଥାନା ପାଣ୍ଡେରିପାଟଣା ଗ୍ରାମର ବଂଶୀଧର ସାହୁଙ୍କ ପୁଅ କାହ୍ନୁଚରଣ ସାହୁ ।

ସୂଚନା ଅନୁସାରେ, କାହ୍ନୁଚରଣ ଛତିଶଗଡ଼ର ନାନ୍ଦିରେ ସି.ଆର.ପି.ଏଫ ଜବାନ ଭାବେ କାର୍ଯ୍ୟ କାରୁଥିଲେ । ଦୁଇ ବର୍ଷ ଆଠ ମାସ ତଳେ ସେ ଚାକିରି ଆରମ୍ଭ କରିଥିଲେ । ଅନେକ ସମୟରେ କାହ୍ନୁ ମାନସିକ ଚିନ୍ତାରେ ରୁହନ୍ତି । ଗତ କାଲି ନିଜ କାର୍ଯ୍ୟ ସାରି କାହ୍ନୁ ନିଜ ରୁମରେ ରହିଥିବା ବେଳେ ନିଜକୁ ନିଜେ ଗୁଳି କରିଛନ୍ତି ବୋଲି ଛତିଶଗଡ଼ରୁ ଆସିଥିବା ସିଆରପିଏଫ୍ ଅଧିକାରୀ କହିଛନ୍ତି । ଦିନ ଦୁଇଟା ବେଳେ ତାଙ୍କ ପରିବାରକୁ ଖବର ମିଳିଥିଲା କାହ୍ନୁ ମୃତ୍ୟୁବରଣ କରିଛନ୍ତି ।

ଛତିଶଗଡ଼ରୁ ପାଣ୍ଡେରି ପାଟଣା ଗ୍ରାମ ଅଭିମୁଖେ ତାଙ୍କ ମରଶରୀର ଆସି ପହଞ୍ଚିବା ପରେ ବହୁ ସଂଖ୍ୟାରେ ଲୋକ ରୁଣ୍ଡ ହୋଇଥିଲେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହେବା ସହ କାନ୍ଦ ବୋବାଳିରେ ଗାଁ ଫାଟି ପଡୁଥିଲା । ଗ୍ରାମ ପରିକ୍ରମା ସହିତ ଗାଁ ଶ୍ମସାନରେ ତାଙ୍କ ଜୁଇ ଜଳିଛି । ଛତିଶଗଡ଼ରୁ ଆସିଥିବା ସିଆରପିଏଫ୍ ଅଧିକାରୀ ତାଙ୍କ ବାପାଙ୍କୁ ଜାତୀୟ ପତକା ପ୍ରଦାନ କରିଥିଲେ। ଏହି ଜାତୀୟ ପତାକା ତାଙ୍କ ମରଶରୀର ଉପରେ ପକା ଯାଇ ଗ୍ରାମ୍ୟ ପରିକ୍ରମା କରାଯାଇଥିଲା ।