CrimeFeaturedLatestNews

୪୦୦୦ ଟଙ୍କା ଲାଞ୍ଚ ନେବାବେଳେ ଧରା ପଡ଼ିଲେ ସ୍କୁଲ କିରାଣୀ

ଯାଜପୁର (ସଂକେତ ଟିଭି): ପେନସନ ଟଙ୍କା କରାଇ ଦେବା ପାଇଁ ୪୦୦୦ ଟଙ୍କା ଲାଞ୍ଚ ନେବାବେଳେ ଧରା ପଡ଼ିଲେ କବିରପୁର ସ୍ଥିତ ପୁରୁଷୋତ୍ତମପୁର ଉଚ୍ଚ ବିଦ୍ୟାଳୟର କିରାଣୀ ମହେଶ୍ୱର ସାମଲ । ତାଙ୍କୁ ଭିଜିଲାନ୍ସ ଗିରଫ କରିଛି ।

ସୂଚନା ଅନୁସାରେ, ଅବସରପ୍ରାପ୍ତ ନିରଞ୍ଜନ ରାୟଙ୍କର ପେନସନ କାଗଜପତ୍ର କାମ କରାଇଦେବା ପାଇଁ କିରାଣୀ ମହେଶ୍ୱର ସାମଲଙ୍କୁ ୭ ହଜାର ଟଙ୍କା ମାଗିଥିଲେ । ଗୁରୁବାର ଅବସରପ୍ରାପ୍ତ ଶିକ୍ଷକ ନିରଞ୍ଜନ କିରାଣୀ ମହେଶ୍ୱରକୁ ୪ ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଏନେଇ ନିରଞ୍ଜନ ବୁଧବାର ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିଲେ ।