ରାଜ୍ୟକୁ ଆସିବ ଆଉ ୩୫୦ ଇ-ବସ୍
ଭୁବନେଶ୍ୱର (ସଂକେତ ଟିଭି): ପିଏମ୍-ଇ ବସ୍ ଯୋଜନାରେ ରାଜ୍ୟକୁ ଆସିବ ଆଉ ୩୫୦ ଇ-ବସ୍। କଟକ, ଭୁବନେଶ୍ୱର ଓ ରାଉରକେଲାରେ ଏହି ବସ୍ ସେବା ଯୋଗାଇବ। ବସ୍ ପାଇଁ ମୋ’ ବସ୍ ପରିଚାଳନା ସଂସ୍ଥା କ୍ରୁଟ୍ ପକ୍ଷରୁ କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ନିକଟରେ ଡିପିଆର ପୈଠ କରାଯାଇସାରିଛି।
ଓଡ଼ିଶାର ୪ଟି ସହରରେ ଏହି ଯୋଜନାରେ ଇ-ବସ୍ ଗଡ଼ାଇବା ପାଇଁ ନିଷ୍ପତ୍ତି ହୋଇଛି। ଭୁବନେଶ୍ୱର, କଟକ, ରାଉରକେଲା ଏବଂ ବ୍ରହ୍ମପୁର ସହରରେ ଏହି ସେବାରେ ବସ୍ ଯୋଗାଣ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା ବେଳେ ୧୦ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହର ଭୁବନେଶ୍ୱର, କଟକ ଏବଂ ରାଉରକେଲାକୁ ୧୦୦ ଟି ଲେଖାଏଁ ଇ-ବସ୍ ମିଳିବ ଲକ୍ଷ୍ୟ ରହିଛି। ୫ ଲକ୍ଷରୁ କମ୍ ଜନସଂଖ୍ୟା ବିଶିଷ୍ଟ ବ୍ରହ୍ମପୁର ସହର ଏହି ଯୋଜନା ଅଧୀନରେ ୫୦ ଟି ଇ-ବସ୍ ପାଇବ ବୋଲି ସୂଚନା ମିଳିଛି।
ରାଜ୍ୟର ପ୍ରମୁଖ ସହର ଭୁବନେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା ଓ ରାଉର୍କେଲାରେ ବର୍ତ୍ତମାନ ମୋ’ ବସ୍ ସେବା ଜାରି ରହିଛି। ବର୍ତ୍ତମାନ ରାଜ୍ୟ ସରକାର ଏହି ଯୋଜନାରେ ୪୦୫ ଟି ବସ୍ ଚଳାଇଛନ୍ତି।