ଆଣ୍ଟାର୍କଟିକାର ବରଫ ରନ୍ୱେ ଉପରେ ପ୍ରଥମ ଥର ପାଇଁ ଅବତରଣ କଲା ବୋଇଙ୍ଗ୍ ୭୮୭ ବିମାନ
ନୂଆଦିଲ୍ଲୀ (ସଂକେତ ଟିଭି): ଆଣ୍ଟାର୍କଟିକାର ବରଫ ରନ୍ୱେ ଉପରେ ଅବତରଣ କଲା ବୋଇଙ୍ଗ୍ ୭୮୭ ଡ୍ରିମ୍ଲାଇନର୍ ବିମାନ । ବୁଧବାର ଅପରାହ୍ଣ ୨ଟାରେ ଏହି ବିମାନଟି ଅବତରଣ କରିଛି । ଏହା ସହିତ ଆଣ୍ଟାର୍କଟିକାରେ ବୋଇଙ୍ଗ୍ ଯାତ୍ରୀବାହୀ ବିମାନ ଅବତରଣ କରାଇବାରେ ପ୍ରଥମ ହୋଇଥିବାର ମାନ୍ୟତା ପାଇଛି ‘ନର୍ସ ଆଟ୍ଲାଣ୍ଟିକ୍ ଏୟାର୍ୱେଜ୍’।
‘ସିଏନ୍ଏନ୍’ ରିପୋର୍ଟ କରିଛି, ତୁଷାର ଓ ବରଫରେ ଖୋଦିତ ହୋଇଥିବା ୯୮୪୦ ଫୁଟ୍ ଲମ୍ବ ଓ ୧୦୦ ଫୁଟ୍ ପ୍ରସ୍ତବିଶିଷ୍ଟ ‘ନୀଳ ବରଫ ରନ୍ୱେ’ ଉପରେ ବୋଇଙ୍ଗ୍ ୭୮୭ ଅବତରଣ କରିଛି।
ଦକ୍ଷିଣ ଗୋଲାର୍ଦ୍ଧରେ ଗ୍ରୀଷ୍ମଋତୁ ଚାଲିଥିବାରୁ ଉଜ୍ଜ୍ୱଳ ସୂର୍ଯ୍ୟ କିରଣ ପଡ଼ିଥିବା ‘ଟ୍ରୋଲ୍ ଏୟାର୍ଫିଲ୍ଡ୍’ରେ ବୁଧବାର ଠିକ୍ ଦିନ ୨ଟା ପରେ ‘ନର୍ସ ଆଣ୍ଟ୍ଲାଣ୍ଟିକ୍ ଫ୍ଲାଇଟ୍’ର ‘ବୋଇଙ୍ଗ୍ ଡ୍ରିମ୍ଲାଇନର୍’ ଅବତରଣ କଲା। ଏହା ହେଉଛି ୩୩୦ଜଣ ଯାତ୍ରୀ ପରିବହନ କ୍ଷମତା ଥିବା ଏକ ‘ଡ୍ରିମ୍ଲାଇନର୍’ର ୬ଷ୍ଠ ମହାଦେଶରେ ପ୍ରଥମ ସଫଳ ଅବତରଣ। ଏହି ବୋଇଙ୍ଗ୍ ରେ ‘ନର୍ୱେଜିଆନ୍ ପ୍ଲାର୍ ଇନ୍ଷ୍ଟିଚ୍ୟୁଟ୍’ର ବୈଜ୍ଞାନିକଙ୍କ ସମେତ ୪୫ଜଣ ଯାତ୍ରୀ ଥିଲେ।
ତେବେ ଏହି ‘ଡ୍ରିମ୍ଲାଇନର୍’ର ଆଣ୍ଟାର୍କଟିକା ଯାତ୍ରା ସରଳ ନ ଥିଲା। ୨୦୨୩ ନଭେମ୍ବର ୧୩ ତାରିଖ ଦିନ ଏହି ବିମାନ ଅସ୍ଲୋରୁ ଉଡ଼ାଣ ଆରମ୍ଭ କରିଥିଲା। ଆଣ୍ଟାର୍କଟିକାରେ ପହଞ୍ଚିବା ପୂର୍ବରୁ ଏହା ଦକ୍ଷିଣ ଆଫ୍ରିକାର କପେ୍ ଟାଉନ୍ରେ ଅବତରଣ କରି ସ୍ବଳ୍ପ ସମୟ ପାଇଁ ଅଟକିଥିଲା।
Largest aircraft ever to land on #TrollAirfield!
— Norsk Polarinstitutt // Norwegian Polar Institute (@NorskPolar) November 16, 2023
"This demonstrates our capability of performing more effective flight operations to #Antarctica by carrying a larger scientific/logistics crew, more cargo with a smaller environmental footprint", says NPI-director, Camilla Brekke, pic.twitter.com/7vjsSw0gPI
Here's the @flynorse 787 departing Troll Airfield in #Antarctica bound for Cape Town. There are a handful of firsts/milestones for this flight:
— Ryan Ewing (@FlyingHighRyan) November 16, 2023
– First time a 787 has landed in Antarctica
– First time Norse has flown a research charter to the continent
– Largest ever… pic.twitter.com/QE9qPh7nT1