FeaturedGeneralLatestPolitics

ନେତାନ୍ୟାହୁଙ୍କୁ ବିନା କୌଣସି ବିଚାରରେ ଗୁଳି କରିଦେବା ଉଚିତ : କଂଗ୍ରେସ ସାଂସଦ

ନୂଆଦିଲ୍ଲୀ (ସଂକେତ ଟିଭି): ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ବିନା କୌଣସି ବିଚାରରେ ଗୁଳି କରିଦେବା ଉଚିତ । ଇସ୍ରାଏଲ ଚଳାଇଥିବା ଅପରେସନକୁ ଯୁଦ୍ଧ ଅପରାଧ ଭାବେ ବର୍ଣ୍ଣନା କରି କେରଳର କଂଗ୍ରେସ ସାଂସଦ ରାଜମୋହନ ଉନ୍ନିଥନ ଏହା କହିଛନ୍ତି ।

ସେ କହିଛନ୍ତି, ‘‘ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଜେନେଭା ସମ୍ମିଳନୀରେ ହୋଇଥିବା ଚୁକ୍ତି ଅନୁଯାୟୀ ଇସ୍ରାଏଲ ଯୁଦ୍ଧ ଅପରାଧୀ । ସେତେବେଳେ ଦୋଷୀ ସାବ୍ୟସ୍ତ ହୋଇଥିବା ନାଜି ସେନା ପାଇଁ ନ୍ୟୁରେନବର୍ଗ ମଡେଲରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିଲା । ନ୍ୟୁରେନବର୍ଗ ମଡେଲରେ ଯୁଦ୍ଧ ଅପରାଧରେ ଅଭିଯୁକ୍ତମାନଙ୍କୁ ବିନା ବିଚାରରେ ଗୁଳି କରି ମୃତ୍ୟୁଦଣ୍ଡ ପ୍ରଦାନ କରାଯାଉଥିଲା । ଆଜି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଯୁଦ୍ଧ ଅପରାଧୀ ଭାବରେ ବିଶ୍ୱ ସମ୍ମୁଖରେ ଠିଆ ହୋଇଛନ୍ତି । ନେତାନ୍ୟାହୁଙ୍କୁ ଗୁଳି କରି ହତ୍ୟା କରିବାର ସମୟ ଆସିଛି ।

ଏହା ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ମଧ୍ୟ ଏହି ସଂଘର୍ଷ ସମ୍ପର୍କରେ ଦଳୀୟ ଆଭିମୁଖ୍ୟ ସହ ଏକ ରିଲିଜ ଜାରି କରିଥିଲେ । ସେଥିରେ କଂଗ୍ରେସର ଇସ୍ରାଏଲର ଆଭିମୁଖ୍ୟକୁ ନିନ୍ଦା କରିବା ସହ ତୁରନ୍ତ ଯୁଦ୍ଧ ବନ୍ଦ ସପକ୍ଷରେ କହିଥିଲା । ପୂର୍ବରୁ କେରଳରେ ପାଲେଷ୍ଟାଇନ ସମର୍ଥକଙ୍କ ଦ୍ବାରା ଏକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ କରାଯାଇ ଇସ୍ରାଏଲର କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରାଯାଇଥିଲା ।