ହାତୀଦାନ୍ତ ଡିଲ୍ ବେଳେ ବନ ବିଭାଗର ଚଢାଉ, ୨ ହାତୀଦାନ୍ତ ଜବତ, ୪ ଗିରଫ
ମୟୂରଭଞ୍ଜ (ସଂକେତ ଟିଭି): ହାତୀଦାନ୍ତ ଡିଲ୍ ବେଳେ ମୟୁରଭଞ୍ଜ ବନ ବିଭାଗ ରି ଦୁଇଟି ହାତୀଦାନ୍ତ ସହିତ 4 ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହାସହ 4 ଟି ମୋବଇଲ ଏବଂ ତିନୋଟି ବାଇକକୁ ଜବତ କରାଯାଇଛି ।
ସୂଚନା ଅନୁସାରେ, ହାତୀଦାନ୍ତ ଡିଲ୍ ବେଳେ କରଞ୍ଜିଆ ରେଞ୍ଜର ଏବଂ ଠାକୁରମୁଣ୍ଡା ରେଞ୍ଜର ମିଳିତ ଏକ ଟିମର ବନବିଭାଗ କର୍ମଚାରୀମାନେ ଠାକୁରମୁଣ୍ଡା ଅଞ୍ଚଳର ଭେଜଡିହା ଚେଗ୍ ଗେଟ୍ ପାଖରେ ଚଢ଼ାଉ କରିଥିଲା । ଏହି ସମୟରେ ଦୁଇଟି ହାତୀଦାନ୍ତ ଜବତ କରାଯିବା ସହିତ 4 ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତଙ୍କୁ କରଞ୍ଜିଆ ରେଞ୍ଜକୁ ଆଣି ବନବିଭାଗ ତଦନ୍ତ ଚଳାଇଛି ।