LatestNews

ଭୁବନେଶ୍ବର ମେଟ୍ରୋ ଟ୍ରେନ୍ ପାଇଁ ଦିଲ୍ଲୀ ମେଟ୍ରୋ କର୍ପୋରେସନ ସହ ଚୁକ୍ତି ସ୍ବାକ୍ଷରିତ

ଭୁବନେଶ୍ବର (ସଂକେତ ଟିଭି): ଭୁବନେଶ୍ବର ମେଟ୍ରୋ ଟ୍ରେନ୍ ପାଇଁ ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍ ସହ ଭୁବନେଶ୍ବର ମେଟ୍ରୋ ରେଲ୍ କର୍ପୋରେସନ୍ ଚୁକ୍ତି ସ୍ବାକ୍ଷରିତ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଏହି ଚୁକ୍ତି ଓଡ଼ିଶାର ପରିବହନ ଇତିହାସରେ ଏକ ନୂତନ ଯୁଗର ଆବିର୍ଭାବର ସଙ୍କେତ ଦେଉଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ପ୍ରକଳ୍ପ ମାଧ୍ୟମରେ ଆମେ ରାଜଧାନୀ ଅଞ୍ଚଳରେ ପରିବହନ କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ହେଉଛୁ । ମୋ ସରକାରଙ୍କ ୫-ଟି ଇନିସିଏଟିଭ୍ ଅଧୀନରେ ଏହା ଏକ ଫ୍ଲାଗସିପ୍ କାର୍ଯ୍ୟକ୍ରମ, ଯାହା ଏକ ନୂତନ ଓଡ଼ିଶାର ଆବିର୍ଭାବର ପ୍ରତୀକ ହେବ ବୋଲି ସେ କହିଛନ୍ତି।

୬୨୫୫ କୋଟି ଟଙ୍କା ବ୍ୟୟ ଏହି ମେଟ୍ରୋ ପ୍ରକଳ୍ପ ହେବ । ତେବେ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ଏୟାରପୋର୍ଟରୁ ତ୍ରିଶୁଳିଆ ମୋଟ ୨୬ କିଲୋମିଟର ପର୍ଯ୍ୟନ୍ତ ଚାଲିବ ମେଟ୍ରୋ ଟ୍ରେନ୍ । ଏହା ମଧ୍ୟରେ ମୋଟ ୨୦ଟି ଷ୍ଟେସନ ରହିବ । ଏସବୁ ଷ୍ଟେସନ ମଧ୍ୟରେ ରହିଛି ରାଜମହଲ ଛକ, ଜୟଦେବ ବିହାର ଛକ, କ୍ୟାପିଟାଲ ହସପିଟାଲ, ପଟିଆ ଛକ ଇତ୍ୟାଦି । ରାଜ୍ୟ ସରକାରଙ୍କ 5T ଅଭିଯାନରେ ମେଟ୍ରୋ ପ୍ରକଳ୍ପ ହେବ । ରାଜ୍ୟ ସରକାରଙ୍କ ନିଜସ୍ବ ପାଣ୍ଠିରେ ମେଟ୍ରୋ ପ୍ରକଳ୍ପ ହେବ । ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ କାମ ଆସନ୍ତା ୪ ବର୍ଷରେ ସରିବ ।