BusinessFeaturedGeneralLatest

ମାଇକ୍ରୋସଫ୍ଟରେ ଯୋଗ ଦେଲେ ଚାଟ୍ ଜିପିଟିର ସହ ପ୍ରତିଷ୍ଠାତା ସାମ୍ ଅଲଟମ୍ୟାନ୍

ନୂଆଦିଲ୍ଲୀ (ସଂକେତ ଟିଭି): ଚାଟ୍ ଜିପିଟିରୁ ବହିଷ୍କୃତ ହେବା ପରେ ଚାଟ୍ ଜିପିଟିର ସହ ପ୍ରତିଷ୍ଠାତା ସାମ୍ ଅଲ୍ଟମ୍ୟାନ୍ ମାଇକ୍ରୋସଫ୍ଟରେ ଯୋଗଦେବାକୁ ଯାଉଛନ୍ତି। ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲା ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ସେ ଏହି ପୋଷ୍ଟରେ ଆହୁରି କହିଛନ୍ତି ଯେ, ସାମ୍ ଅଲ୍ଟମ୍ୟାନ ଏବଂ ଗ୍ରେଗ ବ୍ରାକମ୍ୟାନ ଏକ ନୂଆ ଏବଂ ଆଧୁନିକ ଏଆଇ ରିସର୍ଚ୍ଚ ଟିମ୍‌ର ନେତୃତ୍ବ କରିବେ।

ସତ୍ୟ ନାଡେଲା ଟ୍ୱିଟରରେ ଲେଖିଛନ୍ତି, “ଆମେ ଓପନଏଆଇ ସହିତ ଆମର ଭାଗିଦାରୀ ପାଇଁ ପ୍ରତିଶ୍ରୁତିବଦ୍ଧ । ଆମର ଉତ୍ପାଦ ରୋଡମ୍ୟାପ୍, ମାଇକ୍ରୋସଫ୍ଟ ଇଗ୍ନାଇଟରେ ଆମେ ଯାହା ଘୋଷଣା କରିଛୁ ସେଥିରେ ଅଭିନବତା ଜାରି ରଖିବାର ଆମର ଦକ୍ଷତା ଏବଂ ଆମର ଗ୍ରାହକ ଏବଂ ଅଂଶୀଦାରମାନଙ୍କୁ ସମର୍ଥନ ଜାରି ରଖିବାର ଆମର ଦକ୍ଷତା ଉପରେ ବିଶ୍ୱାସ ରଖିଛୁ ।

” ଆମେ ଏହି ଖବର ସେୟାର କରିବାକୁ ଅତ୍ୟନ୍ତ ଉତ୍ସାହିତ ଯେ ସାମ୍ ଅଲ୍ଟମ୍ୟାନ୍ ଏବଂ ଗ୍ରେଗ୍ ବ୍ରୋକମ୍ୟାନ୍, ସହକର୍ମୀଙ୍କ ସହ ମିଶି ଏକ ନୂତନ ହାଇଟେକ୍ ଏଆଇ ଗବେଷଣା ଦଳର ନେତୃତ୍ୱ ନେବେ। ସେମାନଙ୍କ ସଫଳତା ପାଇଁ ଆବଶ୍ୟକ ସମ୍ବଳ ଯୋଗାଇବା ଦିଗରେ ଆମେ ଦ୍ରୁତ ଗତିରେ ଆଗକୁ ବଢ଼ିବାକୁ ଚାହୁଁଛୁ।“

ସେପଟେ ସୋମବାର ଓପନଏଆଇ ଟ୍ବିଚ୍‌ର ପୂର୍ବତନ ମୁଖ୍ୟ ଏମ୍ମେଟ ଶୀୟରଙ୍କୁ ଆଗାମୀ ସିଇଓ ଭାବରେ ନିଯୁକ୍ତ କରିଛି। ସାମ୍‌ ଅଲ୍ଟମ୍ୟାନ ଗତ ଶୁକ୍ରବାର ଓପନ ଏଆଇରୁ ବହିଷ୍କାର କରାଯାଇଥିଲା। ଓପନଆଇ ତାଙ୍କୁ ଏହା କହି ବରଖାସ୍ତ କରିଥିଲା ଯେ, ତାଙ୍କର ଯୋଗ୍ୟତା ଉପରେ ଆଉ କମ୍ପାନିର ଭରଷା ନାହିଁ।

ସୂଚନାଥାଉକି, ଅଲ୍ଟମ୍ୟାନ୍‌ ୨୦୧୫ରେ ଓପନଏଆଇର ଆରମ୍ଭ କରିବାରେ ସାହାଯ୍ୟ କରିଥିଲେ। ଗତ ବର୍ଷ ଚାଟ୍‌ଜିପିଟି ରିଲିଜ୍‌ ହେବା ପରେ ଅଲ୍ଟମ୍ୟାନ୍‌ ଏଆଇର ଫାଇଦା ଏବଂ ବିପଦ ଉପରେ ଚର୍ଚ୍ଚା କରିଥିବା ଲୋକଙ୍କ ମଧ୍ୟରୁ ଜଣେ।