FeaturedGeneralLatestPolitics

ପନୋତି ପ୍ରଧାନମନ୍ତ୍ରୀ ମୋଦି ଯାଇ ବିଶ୍ବକପ୍ ଫାଇନାଲରେ ଭାରତକୁ ହରାଇ ଦେଲେ : ରାହୁଲ ଗାନ୍ଧୀ

ଜୟପୁର (ସଂକେତ ଟିଭି): ବିଶ୍ବକପ୍ ଫାଇନାଲ୍ ରେ ଭାରତ ଅଷ୍ଟ୍ରେଲିଆ ଠାରୁ ପରାଜୟ ବରଣ କରିବା ପରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଙ୍ଗିତ କରି ପନୋତି ଟ୍ରେଣ୍ଡ କରିଥିଲା । ତେବେ ଆଜି କଂଗ୍ରେସ ଏମପି ରାହୁଲ ଗାନ୍ଧୀ ରାଜସ୍ଥାନର ଜଲୋର ଅଞ୍ଚଳରେ ଏକ ନିର୍ବାଚନୀ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ପନୋତି’ କହିଛନ୍ତି। ଭାରତ ହାରିବା ପଛର କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୋଲି ସେ କହିଛନ୍ତି

ରାହୁଲ କହିଥିଲେ, ଆମ ଟିମ୍ ସହଜରେ ଫାଇନାଲ ମ୍ୟାଚ୍ ଜିତିଯାଇଥାନ୍ତେ, ହେଲେ ପନୋତି (ଅମଙ୍ଗଳିଆ) ସେଠାକୁ ଯାଇ ହରାଇଦେଲେ। କୌଣସି ଟିଭି ଚେନାଲ ଏହି ବିଷୟରେ କହିବେ ନାହିଁ। କିନ୍ତୁ ଜନସାଧାରଣ ଭଲ ଭାବରେ ଜାଣନ୍ତି।

ଅନ୍ୟପକ୍ଷରେ, ୟୁପି କଂଗ୍ରେସ ସଭାପତି ଅଜୟ ରାୟ ବିଶ୍ୱକପ୍‌ରେ ଭାରତର ପରାଜୟ ପାଇଁ ମୋଦିଙ୍କୁ ଦୋଷାରୋପ କରିଥିଲେ। ସେ କହିଥିଲେ, ମୋଦୀଙ୍କୁ ଦେଖିବା ପରେ ଖେଳାଳିମାନେ ଚାପଗ୍ରସ୍ତ ହୋଇଯାଇଥିଲେ। ମୋଦିଙ୍କ କାରଣରୁ ଆମେ ହାରିଗଲୁ। ପରାଜୟ ପଛରେ ଏହା ହିଁ ଏକମାତ୍ର କାରଣ ଥିଲା। ଯଦି ମନୋବଳ ବଢ଼ାଇବାର ଥିଲା ତେବେ ବିଶ୍ୱକପ ଫାଇନାଲ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଖେଳାଳିଙ୍କୁ ସାକ୍ଷାତ କରିବାର ଥିଲା। ଫାଇନାଲକୁ ଯାଇ ମୋଦି ବହୁତ ବଡ଼ ଭୁଲ କଲେ।