ବିଧାନସଭାର ନୂଆ ଉପବାଚସ୍ପତି ଭାବେ ନିର୍ବାଚିତ ହେଲେ ସାଲୁଗା ପ୍ରଧାନ
ଭୁବନେଶ୍ବର (ସଂକେତ ଟିଭି): ସାଲୁଗା ପ୍ରଧାନ ବିଧାନସଭାର ଉପବାଚସ୍ପତି ଭାବେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ବିଧାନସଭାରେ ମୋସନ ଆଣିଥିଲେ । ଏହାକୁ ବିଜେପିର ମୁଖ୍ୟ ସଚେତକ ମୋହନ ମାଝୀ ସମର୍ଥନ କରିଥିଲେ। ଠିକ୍ ସେହିପରି କଂଗ୍ରେସ ପକ୍ଷରୁ ବି ତାଙ୍କୁ ସମର୍ଥନ ଦିଆଯାଇଥିଲା।
ନୂଆ ଉପବାଚସ୍ପତି ସାଲୁଗା ପ୍ରଧାନଙ୍କୁ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହମ ମାଝୀ ଓ କଂଗ୍ରେସ ଦଳ ପକ୍ଷରୁ ଦାଶରଥି ଗମାଙ୍ଗ ଶୁଭେଚ୍ଛା ଜଣାଇଥିଲେ। ବିଧାନସଭାର ଗର୍ବ ଗାରିମା ବଜାୟ ରଖି ଗୃହର ସୁପରିଚାଳନା ପାଇଁ ଉଭୟ ଦଳ ଆଶା ରଖିଥିଲେ ।
ଏହାପରେ ନୂତନ ଉପବାଚସ୍ପତି ସାଲୁଗା ପ୍ରଧାନ ନିଜର ବକ୍ତବ୍ୟ ରଖି ନିର୍ଦ୍ବନ୍ଦ୍ବରେ ନିର୍ବାଚିତ କରାଯାଇଥିବାରୁ ଉଭୟ ଶାସକ ଓ ବିରୋଧୀ ଦଳର ନେତାଙ୍କୁ କୃତଜ୍ଞତା ଜଣାଇଥିଲେ। ସେ ନିରପେକ୍ଷ ଭାବେ ନିଜର ଦାୟିତ୍ବ ନିର୍ବାହ କରିବେ ବୋଲି ବି କହିଥିଲେ। ବାଚସ୍ପତି ପ୍ରମିଳା ମଲ୍ଲିକ ବିଧାନସଭାର ଏହି ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ।
ଜି. ଉଦୟଗିରିର ବିଧାୟକ ହେଉଛିନ୍ତି ସାଲୁଗା ପ୍ରଧାନ। ବିଜୁ ଜନତା ଦଳ ଟିକେଟରୁ ସେ ଦୁଇ ଥର ବିଧାୟକ ନିର୍ବାଚିତ ହୋଇଛନ୍ତି ସାଲୁଗା ପ୍ରଧାନ। ଜି. ଉଦୟଗିରି ବିଧାନସଭା ଆସନରୁ ସେ ପ୍ରଥମେ ୨୦୦୦ ମସିହାରେ ଏବଂ ଏହାପରେ ୨୦୧୯ ମସିହାରେ ନିର୍ବାଚିତ ହୋଇଛନ୍ତି ।
ସୂଚନାଯୋଗ୍ୟ, ଗତ ୮ ତାରିଖରେ ଉପବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ରଜନୀକାନ୍ତ ସିଂହ। ସେବେଠୁ ଉପବାଚସ୍ପତି ପଦ ଖାଲି ରହିଥିଲା।