FeaturedLatestNews

ଦେହରେ ପେଟ୍ରୋଲ ଢାଳି ନିଜକୁ ଜାଳିଦେଲା ଯୁବକ

ଭୁବନେଶ୍ବର (ସଂକେତ ଟିଭି): ପାରିବାରିକ କଳହରୁ ରାଗରେ ଦେହରେ ପେଟ୍ରୋଲ ଢାଳି ନିଜକୁ ଜାଳିଦେଲା ଯୁବକ । ଭୁବନେଶ୍ବର ବଡ଼ଗଡ଼ ଥାନା କେଶୁରା ଗାଁରେ ଘଟିଛି ଏଭଳି ଘଟଣା ଘଟିଛି ।

ସୂଚନା ଅନୁସାରେ, ଭୁବନେଶ୍ବର ବଡଗଡ ଥାନା ଅନ୍ତର୍ଗତ କେସୁରା ଛକରେ ରହୁଥିବା ଲକ୍ଷ୍ମଣ ପ୍ରଧାନ ନାମକ ଯୁବକ ପାରିବାରିକ କଳହକୁ କେନ୍ଦ୍ରକରି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ । ପରିବାର ଲୋକ ଲକ୍ଷ୍ମଣଙ୍କୁ ଏମ୍ସରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ନିଜକୁ ନିଆଁରେ ଜାଳିବା ଦୃଶ୍ୟ ସିସିଟିଭରେ କଏଦ ହୋଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।