CrimeFeaturedLatestNews

ସୁଟକେଶରୁ ମିଳିଲା ଓଡ଼ିଆ ଯୁବତୀଙ୍କ ମୃତଦେହ; ପ୍ରେମିକ ଗିରଫ

ରାଉରକେଲା (ସଂକେତ ଟିଭି): ସୁନ୍ଦରଗଡ଼ ଜିଲ୍ଲାର ଜଣେ ଯୁବତୀଙ୍କ ମୃତ ଦେହ ମୁମ୍ବାଇର କୁର୍ଲା ରେଳ ଷ୍ଟେସନରୁ ଏକ ବନ୍ଦ ସୁଟକେସ୍ ଭିତରୁ ମିଳିଛି । ଯୁବତୀ ଜଣକ ଘର ଲେଫ୍ରିପଡା ଥାନା ବନ୍ଦଲିକାନି ଗାଁରେ । ସେ ପ୍ରତିମା କିଶପଟ୍ଟା ବୋଲି ଜଣାପଡ଼ିଛି । ସେ ମୁମ୍ବାଇର ଜଣଙ୍କ ଘରେ କାମ କରୁଥିଲେ । ଗତ ୧୯ ତାରିଖ ରାତିରେ ପ୍ରତିମାଙ୍କ ମୃତଦେହ ମୁମ୍ବାଇ ପୋଲିସ କୁର୍ଲା ରେଳ ଷ୍ଟେସନ ନିକଟରୁ ଏକ ବନ୍ଦ ସୁଟକେସରୁ ଜବତ କରିଛି । ଏହି ଘଟଣାରେ ପୋଲିସ ତଦନ୍ତ କରି ଜଣେ ଯୁବକକୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ପ୍ରତିମା କିଶପଟ୍ଟା ମନୋଜ ବାରଲା ନାମକ ଜଣେ ଯୁବକଙ୍କ ସମ୍ପର୍କରେ ଥିଲେ । ଉଭୟେ ମୁମ୍ବାଇର ଧାରବୀ ଅଞ୍ଚଳରେ ଦୁଇ ବର୍ଷ ହେଲା ଏକ ସାଙ୍ଗରେ ରହୁଥିଲେ। ଏହାରି ଭିତରେ ପ୍ରତିମା ଅନ୍ୟଏକ ଯୁବକଙ୍କ ସହିତ ସମ୍ପର୍କ ଥିବା ମନୋଜ ଜାଣିବାକୁ ପାଇଥିଲେ । ଏହାରୁ ଦୁଇଜଣଙ୍କ ମଧ୍ୟରେ ମତାନ୍ତର ଓ ଝଗଡା ହୋଇଥିଲା । ଗତ ଶନିବାର ମନୋଜ ପ୍ରତିଶୋଧ ପ୍ରରାୟଣ ହୋଇ ପ୍ରତିମାଙ୍କ ତଣ୍ଟି ଚିପି ହତ୍ୟା କରିଥିବା ପୋଲିସକୁ କହିଛି । ପରେ ମୃତଦେହକୁ ଏକ ସୁଟକେସରେ ଭର୍ତ୍ତି କରି କୁର୍ଲା ଷ୍ଟେସନରେ ଛାଡି ଦେଇଥିଲା ।