LatestNews

ଆଉ ଚାଲାଣ କାଟିପାରିବେନି ଟ୍ରାଫିକ୍‌‌ ଏଏସ୍‌‌ଆଇ, କ୍ଷମତା ଛଡ଼ାଇନେଲା ପରିବହନ ବିଭାଗ

ଭୁବନେଶ୍ବର (ସଂକେତ ଟିଭି): ରାଜ୍ୟ ପରିବହନ ବିଭାଗ ଟ୍ରାଫିକ୍‌‌ ଏଏସ୍‌‌ଆଇଙ୍କ ଇ-ଚାଲାଣ କାଟିବା କିମ୍ବା ଫାଇନ କରିବା କ୍ଷମତାକୁ ଛଡ଼ାଇ ନେଇଛନ୍ତି। ଏଣିକି ଟ୍ରାଫିକ୍ ଏଏସଆଇ ଆଉ ଇ-ଚାଲାଣ କାଟିପାରିବେନି କିମ୍ବା ଜରିମାନା ବି ଆଦାୟ କରିପାରିବେନି।

ଟ୍ରାଫିକ୍‌‌ ଏଏସ୍‌‌ଆଇମାନେ ଚାଲାଣ କାଟିବାରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲେ। ସେମାନଙ୍କୁ ଦିଆଯାଇଥିବା ମେସିନ୍‌‌କୁ ଠିକ୍‌‌ ଢଙ୍ଗରେ ଚଲାଇ ପାରୁନଥିଲେ। ଏଥିପାଇଁ ସେମାନଙ୍କୁ ଟ୍ରେନିଂ ମଧ୍ୟ ଦିଆଯାଇନଥିଲା। ଏହାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ଏପରି ନିଷ୍ପତ୍ତି ନେଇଛି।

ପୂର୍ବରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା ଯେ, ନିୟମ ଉଲ୍ଲଘଂନ ପାଇଁ ଟ୍ରାଫିକ ଏଏସ୍‌‌ଆଇ ମାନେ ମଧ୍ୟ ଜରିମାନା ଆଦାୟ ଓ ଇ-ଚାଲାଣ କାଟିପାରିବେ। ଗତ ସେପ୍ଟେମ୍ୱର ୧୩ରେ ଏଭଳି ନିର୍ଦ୍ଦେଶାନାମା ଜାରି କରିଥିଲା ରାଜ୍ୟ ପରିବହନ ପ୍ରାଧିକରଣ- STA। ତେବେ ଗତକାଲି ଏହି ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରାଯାଇଛି। ରାଜ୍ୟର ସମସ୍ତ ଆରଟିଓ ଏବଂ ଅତିରିକ୍ତ ଆରଟିଓଙ୍କୁ ରାଜ୍ୟପରିବହନ ପ୍ରାଧିକରଣ ପକ୍ଷରୁ ଚିଠି ଲେଖି ଏନେଇ ସୂଚନା ଦିଆଯାଇଛି।