CrimeFeaturedLatestNews

ଅଷ୍ଟମ ଶ୍ରେଣୀ ଛାତ୍ରର ଛୁରା ମାଡ଼ରେ ଦଶମ ଶ୍ରେଣୀ ଛାତ୍ର ଗୁରୁତର

ପୁରୀ (ସଂକେତ ଟିଭି): ପୁରୀ ପୁଲିସ ହାଇସ୍କୁଲରେ ଛାତ୍ରର ଛୁରା ମାଡ଼ରେ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ଆହତ ଛାତ୍ର ହେଉଛନ୍ତି ଦଶମ ଶ୍ରେଣୀର ମୁନା ସାହୁ। ରେଡକ୍ରସ ରୋଡର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଦଶମ ଶ୍ରେଣୀର ମୁନା ସାହୁଙ୍କୁ ଛୁରାମାଡ କରିଥିବା ଜଣାପଡିଛି।

ଛୁରାମାଡ ପରେ ଆହତ ଦଶମ ଶ୍ରେଣୀର ଛାତ୍ର ମୁନା ସାହୁଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦଶମ ଶ୍ରେଣୀର ମୁନା ସାହୁଙ୍କ ବାମ ହାତରେ ଆଘାତ ଲାଗିଛି। ତେବେ ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ଛୁରାମାଡ଼ କରିଥିବା ଛାତ୍ର ଫେରାର ଥିବାବେଳେ କୁମ୍ଭାରପଡ଼ା ଥାନା ପୁଲିସର ଛାନଭିନ୍ ଆରମ୍ଭ କରିଛି।