FeaturedGeneralLatest

ଆଇଆରସିଟିସି ଓ୍ବେବସାଇଟ୍ ଡାଉନ୍, ଟିକେଟ ବୁକିଂ ବାଧାପ୍ରାପ୍ତ

ନୂଆଦିଲ୍ଲୀ (ସଂକେତ ଟିଭି): ବୈଷୟିକ ତ୍ରୁଟି ଯୋଗୁଁ ଆଇଆରସିଟିସି (ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍) ରେ ଟିକେଟ୍ ବୁକିଂ ଆଜି ସକାଳୁ ବାଧାପ୍ରାପ୍ତ ହୋଇଛି। ଫଳରେ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି।

ଏ ସଂକ୍ରାନ୍ତରେ ‘ଏକ୍ସ୍‌’ କରି ‘ଆଇଆର୍‌ସିଟିସି’ କହିଛି, ସମସ୍ୟା ସୁଧାରିବା ପାଇଁ ବୈଷୟିକ ଟିମ୍‌ କାର୍ଯ୍ୟରେ ଲାଗିଛନ୍ତି। ଖୁବ୍‌ ଶୀଘ୍ର ବୁକିଙ୍ଗ୍‌ ଆରମ୍ଭ ହେବ। ସେହିପରି ‘ଆଇଆର୍‌ସିଟିସି’ର ୱେବ୍‌ସାଇଟ୍‌ରେ ପ୍ରସାରିତ ‘ଡାଉନ୍‌ଟାଇମ୍‌ ମେସେଜ୍‌’ରେ ଉଲ୍ଲେଖ ଅଛି: ମରାମତି କାର୍ଯ୍ୟ ଚାଲିଥିବାରୁ ଇ-ଟିକେଟ୍‌ ସେବା ଉପଲବ୍ଧ ନାହିଁ। ଦୟାକରି ପରେ ଚେଷ୍ଟା କରନ୍ତୁ। କ୍ୟାନ୍‌ସଲେସନ୍‌/ଫାଇଲ୍‌ ଟିଡିଆର୍‌ ଲାଗି ଦୟାକରି କଷ୍ଟମର୍‌ କେୟାର୍‌ ନମ୍ବର: ୧୪୬୪୬,୦୭୫୫-୬୬୧୦୬୬୧ ଓ ୦୭୫୫-୬୦୦କୁ ଫୋନ୍‌ କରନ୍ତୁ ବା etickets@irctc.co.in. ମେଲ୍‌ କରନ୍ତୁ।