CrimeLatestNews

୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଜିଆରଏସ୍

ଭବାନୀପାଟଣା (ସଂକେତ ଟିଭି): ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍ ବଡକର୍ଲାକୋଟ ଜିଆରଏସ (ଗ୍ରାମ ରୋଜଗାର ସେବକ) ମାର୍ଗାରେଟ ପାଣିଗ୍ରାହୀଙ୍କୁ ଭିଜିଲାନ୍ସ ଗିରଫ କରିଛି । ଜଣେ ଜବ୍ କାର୍ଡଧାରୀଙ୍କଠାରୁ ସେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲାରେ ମନେରଗା ଯୋଜନାରେ ଚାଲିଥିବା କାର୍ଯ୍ୟର ମଷ୍ଟର ରୋଲ୍‌ ପ୍ରସ୍ତୁତି ଏବଂ ପେମେଣ୍ଟ ସୁନିଶ୍ଚିତ କରିବା ପାଇଁ ଜୟପାଟଣା ବ୍ଳକ ବଡ୍‌କର୍ଲାକୋଟ ଜିଆରଏସ୍‌ ମାର୍ଗେରେଟ୍‌ ପାଣିଗ୍ରାହୀ ୧୫ ହଜାର ଟଙ୍କା ଅଭିଯୋଗକାରୀଙ୍କୁ ଲାଞ୍ଚ ମାଗିଥିଲେ। ଏହାପରେ ଅଭିଯୋଗକାରୀ ଲାଞ୍ଚ କାରବାର ନେଇ ଭିଜିଲାନ୍ସ ବିଭାଗକୁ ଅବଗତ କରିଥିଲେ। ପୂର୍ବ ଯୋଜନା ଅନୁସାରେ ପାଣିଗ୍ରାହୀ ଟଙ୍କା ନେଉଥିବା ସମୟରେ କୋରାପୁଟ ଭିଜିଲାନ୍ସ ଟିମ୍‌ ଅତର୍କିତ ଚଢ଼ଉ କରିଥିଲେ। ଘଟଣାସ୍ଥଳରୁ ରଙ୍ଗବୋଳା ଟଙ୍କା ଜବତ ହୋଇଥିଲା। ଭିଜିଲାନ୍ସ ଟିମ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି।