CrimeFeaturedLatestNews

ବନ୍ଧୁକ ଦେଖାଇ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ କଲା ଯୁବକ

ବାଲିଆପାଳ (ଉମାକାନ୍ତ ନାୟକ): ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ପିର ଛକରେ ବନ୍ଧୁକ ଦେଖାଇ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ କରିବା ସମୟରେ ଜଣେ ଯୁବକ ଧରାପଡ଼ିଯାଇଛନ୍ତି । ଛାତ୍ରମାନେ ତାକୁ ନିର୍ଧୁମ ମାଡ ମାରିବା ସହିତ ପୁଲିସର ଜିମା ଦେଇଛନ୍ତି ।

ସୂଚନା ମୁତାବକ ଆଜି ଦିନ ୧୧ଟା ୩୦ମିନିଟ ସମୟରେ କମର୍ଦ୍ଦା ଥାନା ମହାଗବ ଅଂଚଳର ଯୁବକ ଏକତରଫା ପ୍ରେମକୁ କେନ୍ଦ୍ର କରି ଜଣେ ଛାତ୍ରୀଙ୍କୁ ଅପହରଣ କରିବାକୁ ଉଦ୍ୟମ କରିଥିଲା। କମର୍ଦ୍ଦା ସୁରେନ୍ଦ୍ର ନାଥ କଲେଜର ଛାତ୍ରଛାତ୍ରୀମାନେ ପିର ପଡିଆ ନିକଟରେ ଯୁବ ବିକାଶ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ମହାଗବ ଅଂଚଳର ବ୍ରଜଗୋପାଳ ଦାସ ବନ୍ଧୁକ ଦେଖାଇ ଜଣେ ଛାତ୍ରୀଙ୍କୁ ଅପହରଣ କରିବା ସମୟରେ ଛାତ୍ରଛାତ୍ରୀମାନେ ଯୁବକକୁ ଧରି ନିର୍ଦ୍ଧୁମ ମାଡ ମାରିଥିଲେ । ଏହାପରେ ଯୁବକଙ୍କୁ ପୁଲିସର ଜିମା ଦେଇଥିଲେ । ଯୁବକଠାରୁ ବନ୍ଧୁକ ସହିତ ୩ଟି ଅଫୁଟା ଗୁଳି ଜବତ କରି ପୁଲିସ ଅଧିକ ତଦନ୍ତ ଜାରି ରଖିଛି ।