CrimeLatestNews

ଅବକାରୀ ସୁପରିଟେଣ୍ଡେଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ବର (ସଂକେତ ଟିଭି): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ସୁପରିଟେଣ୍ଡେଣ୍ଟ ଗଙ୍ଗା ପାଇକରାୟଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଏହି ଚଢାଉରେ ୩ ଡିଏସପି, ୫ ଇନିସିପେକ୍ଟର ସମେତ ୬ ଏସଆଇ ସାମିଲ ଅଛନ୍ତି। ଏକକାଳୀନ ନବରଙ୍ଗପୁର ଓ କୋରାପୁଟ ସମେତ ୫ ଟି ସ୍ଥାନରେ ଚଢାଉ ଜାରି ରହିଛି। ଜୟପୁର ସ୍ଥିତ ୨ଟି ୩ ମହଲା ବିଶିଷ୍ଟ କୋଠା, ଭଡାଘର ଓ ଅଫିସ କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି। ଏହି ଚଢାଉରେ ଭିଜିଲାନ୍ସର ୮ଟି ଟିମ୍ ସାମିଲ ଅଛନ୍ତି ।

ସେପଟେ ଚଢାଉ ଚାଲିଥିବା ନେଇ ଭିଜିଲାନ୍ସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । କେତେ ପରିମାଣରେ ସମ୍ପତ୍ତି ଜବତ ହୋଇଛି । ସେନେଇ ମଧ୍ୟ କୌଣସି ତଥ୍ୟ ନାହିଁ । ତେବେ ଚଢାଉ ଶେଷ ପରେ ରେଡ୍‌ ନେଇ ଭିଜିଲାନ୍ସ ସବିଶେଷ ତଥ୍ୟ ଦେବ ବୋଲି ସୂଚନା ମିଳୁଛି ।