LatestNews

ରାୟଗଡା ଜିଲ୍ଲାରେ ଗଡିଲା ଲକ୍ଷ୍ମୀ ବସ୍, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା (ସଂକେତ ଟିଭି): ରାୟଗଡା ଜିଲ୍ଲାରେ ଗଡିଲା ଲକ୍ଷ୍ମୀ ବସ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାୟଗଡା ଜିଲ୍ଲାରେ ଲକ୍ଷ୍ମୀ ବସ ସେବାର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ୧୧ଟି ବ୍ଲକ ମଧ୍ୟରେ ୫୨ଟି ଲକ୍ଷ୍ମୀ ବସ ଯାତାୟତ କରିବାକୁ ଥିବା ବେଳେ ୩୯ଟି ରୁଟରେ ଏହି ସେବା ଯୋଗାଇବ । ଏହାଦ୍ବାରା ଜିଲ୍ଲାର ୧୮୨ଟି ପଞ୍ଚାୟତର ୯ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ।

ରାୟଗଡ଼ା ଜିଲ୍ଲାର ଦୁର୍ଗମ ଚନ୍ଦ୍ରପୁର, କାଶୀପୁର, କଲ୍ୟାଣସିଂପୁର,ଗୁଡାରୀ ଅଞ୍ଚଳରେ ଗମନାଗମନର ସୁବିଧା ଥିଲେ ମଧ୍ୟ ସହଜ ଯାତ୍ରା ହୋଇପାରୁ ନଥିଲା । ଅନେକ ସମୟରେ ଲୋକେ ଟ୍ରାକ୍ଟର, କମାଣ୍ଡର ଉପରେ ବସି ଯିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହେଉଥିଲେ । ଏଣିକି ଏହି ସମସ୍ୟା ଆଉ ରହିବ ନାହିଁ । କମ୍ ଦାମରେ ଘରୁ ବାହାରି ଲୋକେ ଏଣିକି ନିଜର ଗନ୍ତବ୍ୟସ୍ଥଳକୁ ସହଜରେ ପହଞ୍ଚି ପାରିବେ ।