CrimeFeaturedHealthLatestNews

ଲାଞ୍ଚ ନେଉଥିବାବେଳେ ଚକ୍ଷୁ ଡାକ୍ତରଙ୍କୁ ଗିରଫ କଲା ଭିଜିଲାନ୍ସ

ସୋନପୁର (ସଂକେତ ଟିଭି): ୫୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ଡାକ୍ତର ସଂଜୀବ କୁମାର କର ।

ସୂଚନା ଅନୁଯାୟୀ, ଉଲୁଣ୍ଡା ବ୍ଳକ ଅନ୍ତର୍ଗତ ଯାଲୋଏ ଗାଁର ଲକ୍ଷ୍ମଣ ତ୍ରୀପାଠୀଙ୍କ ମୋତିଆ ବିନ୍ଦୁ ଅପରେସନ ପାଇଁ ତାଙ୍କୁ ଦଶ ହଜାର ଟଙ୍କା ମାଗିଥିଲେ । ଲକ୍ଷ୍ମଣଙ୍କ ସମ୍ପର୍କୀୟ ପୁତୁରା ଏନେଇ ଡାକ୍ତରଙ୍କ ସହିତ କଥାବାର୍ତ୍ତା କରିବା ପରେ ୫୫୦୦ ଟଙ୍କା ଦେଲେ ମୋତିଆ ବିନ୍ଦୁ ଅପରେସନ ତୁରନ୍ତ କରିବା ପାଇଁ କହିଥିଲେ । ଏହାପରେ ଲକ୍ଷ୍ମଣଙ୍କ ପୁତୁରା ଏନେଇ ଜିଲ୍ଲା ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଲିଖିତ ଏତଲାକୁ ଭିତ୍ତି କରି ଜିଲ୍ଲା ଭିଜିଲାନ୍ସ ପକ୍ଷରୁ ପୂର୍ବ ପ୍ରସ୍ତୁତି କରାଯାଇଥିଲା । ଆଜି ହାଡୁ ପଧାନ ଲାଞ୍ଚ ଦେବା ବେଳେ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଛକି ରହିଥିବା ଭିଜିଲାନ୍ସ କର୍ମଚାରୀମାନେ ଡାକ୍ତରଙ୍କୁ କାବୁ କରି ନେଇଥିଲେ । ଡାକ୍ତର କରଙ୍କ ପାଖରୁ ଲାଞ୍ଚ ଟଙ୍କା ଜବତ କରିବା ସହିତ ତାଙ୍କୁ ଗିରଫ କରାଯାଇଛି ।

ଡାକ୍ତର ସଞ୍ଜୀବ କରଙ୍କ ବଲାଙ୍ଗୀର ସହରର ସୂତପଡାଠାରେ ଥିବା ପୈତୃକ ବାସଭବନ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଭାଗ କାର୍ଯ୍ୟାଳୟ ସହିତ ସହରରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବାସଭବନରେ ଏକକାଳୀନ ଚଢାଉ କରାଯାଇଛି ।